Home / ମୁଖ୍ୟ ଖବର / ଜିଲ୍ଲାରେ ବଢିଲା ୨୧୪ ବୁଥ,୧୬୦୯ ରୁ ହେଲା ୧୮୨୩

ଜିଲ୍ଲାରେ ବଢିଲା ୨୧୪ ବୁଥ,୧୬୦୯ ରୁ ହେଲା ୧୮୨୩

whatsapp image 2025 12 25 at 12.30.55 am

ପୁରୀ ୨୪/୧୨ ପୁରୀ ଜିଲ୍ଲା ର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୧୪ ଗୋଟି ବୁଥ ସଂଖ୍ୟା ବଢିଛି।ପୂର୍ବରୁ ଏହି ୬ ଗୋଟି ନିର୍ବାଚନ ମଣ୍ଡଳୀ ରେ ମୋଟ ବୁଥ ସଂଖ୍ୟା ୧୬୦୯ ଥିବା ବେଳେ ଏବେ ଏହା ୧୮୨୩ କୁ ବଢିଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ବୁଥ ରାସନାଲାଇଜେସନ ବା ବୁଥ ଯୁକ୍ତିଯୁକ୍ତ କରଣର ଚୁଡାନ୍ତ ତାଲିକା ପ୍ରକାଶନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ବୁଥ ମାନଙ୍କ ରେ ୧୨୦୦ ରୁ ଅଧିକ ଭୋଟର ରହିଥିଲେ ସେଗୁଡିକ ପୁର୍ନଗଠନ ହୋଇଛି।ଏହା ଦ୍ଵାରା ଭୋଟର ମାନଙ୍କୁ ସୁବିଧା ହେବ ଓ ମତଦାନ ପ୍ରକ୍ରିୟା ତ୍ବରାନ୍ବିତ ହେବ।ସମସ୍ତ ବୁଥ ସ୍ତରରେ ରାଜନୈତିକ ଦଳ ପକ୍ଷରୁ ବୁଥ ସ୍ତର ଏଜେଣ୍ଟ ଦେବା ପାଇଁ ସେ ଅନୁରୋଧ
କରିଥିଲେ।ଏହି ପ୍ରକ୍ରିୟାରେ ୧୦୫ କାକଟପୁର ନିର୍ବାଚନ ମଣ୍ଡଳୀ ରେ ପୂର୍ବରୁ ୨୮୦ ବୁଥ ଥିବା ବେଳେ ବର୍ତ୍ତମାନ ୩୯ ଟି ବୃଦ୍ଧି ପାଇ ୩୧୯ ଟି ବୁଥ ହୋଇଛି।ସେହିପରି ୧୦୬ ନିମାପଡା ନିର୍ବାଚନ ମଣ୍ଡଳୀ ରେ ୪୨ ବୃଦ୍ଧି ପାଇ ୩୨୨,୧୦୭ ପୁରୀ ସଦର ନିର୍ବାଚନ ମଣ୍ଡଳୀ ରେ ୩୭ ବୃଦ୍ଧି ପାଇ ୨୮୭, ୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରେ ୩୨ ବୃଦ୍ଧି ପାଇ ୩୦୩,୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରେ ୨୬ ଟି ବୃଦ୍ଧି ପାଇ ୨୮୦ ଓ ୧୧୦ ପିପିଲି ନିର୍ବାଚନ ମଣ୍ଡଳୀ ରେ ୩୮ ଗୋଟି ବୁଥ ବୃଦ୍ଧି ପାଇ ୩୧୨ ଗୋଟି ବୁଥ ରେ ପହଞ୍ଚିଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବ୍ରହ୍ମଗିରି ଆରଓ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ତଥା ପୁରୀ ସଦର ଆରଓ ରାଜ କିଶୋର ଜେନା ଓ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ପିପିଲି ନିର୍ବାଚନ ମଣ୍ଡଳୀ ର ଆରଓ ନୀଳମାଧବ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜ ନିର୍ବାଚନ ମଣ୍ଡଳୀର ତଥ୍ୟ ପରିପ୍ରକାଶ କରିଥିଲେ।ନିର୍ବାଚନ ଡେପୁଟି କଲେକ୍ଟର ଅନୁସ୍ରବ ଗନ୍ତାୟତ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ସଭାପତି, ସମ୍ପାଦକ ଓ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।ସେମାନ ଙ୍କୁ ନୂତନ ବୁଥ ଗୁଡିକ ର ଅନୁମୋଦିତ ନକଲ ପ୍ରଦାନ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply