Home / ମୁଖ୍ୟ ଖବର / ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ମୁକ୍ତେଶ୍ଵର ସ୍ପୋର୍ଟିଂକୁ ହରାଇ ସେମିରେ ରାମେଶ୍ୱର ସ୍ପୋର୍ଟିଂ

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ।ମୁକ୍ତେଶ୍ଵର ସ୍ପୋର୍ଟିଂକୁ ହରାଇ ସେମିରେ ରାମେଶ୍ୱର ସ୍ପୋର୍ଟିଂ

whatsapp image 2025 12 26 at 6.55.03 pm


କାକଟପୁର ତା ୨୬/୧୨ (ତୁଷାର ଦୀକ୍ଷିତ ) କାକଟପୁର ମିନି ଷ୍ଟାଡିୟମ ରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ପ୍ରଥମେ ମୁକ୍ତେଶ୍ଵର ସ୍ପୋର୍ଟିଂ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା। ନିର୍ଦ୍ଦାରୀତ ୨୫ ଓଭର ବିଶିଷ୍ଟ ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଂ ୮ ଉଇକେଟ ହରାଇ ୧୭୨ ରନ ସଂଗ୍ରହ କରିଥିଲା l ଦଳ ପକ୍ଷରୁ ସିଦ୍ଧାର୍ଥ ବେହେରା

image
image

୫୩ ବଲ ଖେଳି ୬୩ ରନ ଓ ବିଶ୍ୱଜିତ ମଲ୍ଲିକ ୪୩ ବଲ ଖେଳି ୪୭ ରନ ସଂଗ୍ରହ କରିଥିଲେ । ଜବାବରେ ମୁକ୍ତେଶ୍ଵର ସ୍ପୋର୍ଟିଂ ୨୫ ଓଭର ଖେଳି ୮ ଉଇକେଟ ହରାଇ ୧୬୪ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା। ମୁକ୍ତେଶ୍ଵର ପକ୍ଷରୁ ହିମାଂଶୁ ବିଷ୍ଟି ୫୩ ବଲରେ ୬୬ ରନ ସଂଗ୍ରହ କରିଥିଲେ ମଧ୍ୟ ଦଳ ଜିତିପାରିନଥିଲା। ରାମେଶ୍ୱର ସ୍ପୋର୍ଟିଂର ବିଶ୍ୱଜିତ ମଲ୍ଲିକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମଙ୍ଗଳା ଆଥଲେଟିକ ଆସୋସିଏସନ ର ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ,ଧୀରେନ୍ଦ୍ର ଚାନ୍ଦ,ଅସ୍ତରଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ଇଂ ଚନ୍ଦ୍ରକାନ୍ତ ଦୀକ୍ଷିତ ପ୍ରଦାନ କରିଥିବାବେଳେ ମ୍ୟାଚକୁ ଓଡିଶା ଆଥଲେଟିକ ଆସୋସିଏସନ ର ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ସତ୍ୟସାଗର ଦାଶ ଖେଳ ପରିଚାଳନା କରିଥିଲେ l ଭବାନୀ ଶଙ୍କର ଧାରା ବିବରଣୀ ପ୍ରଦାନ କରିଥିବା ସହିତ ଆସୋସିଏସନର କୋଷାଧକ୍ଷ ଇଂ ସୂର୍ଯ୍ୟକାନ୍ତ ଦୀକ୍ଷିତ,ସଞ୍ଜୟ ସାମଲ, ସୁଶାନ୍ତ ଦାଶ, ଶ୍ୟାମଲାଲ ରଣା ପ୍ରମୁଖ ସହଯୋଗ କରିଥିଲେ l ଶନିବାର ଦିନ ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ନିମପୁର କଟକ ଏବଂ ଆଦିତ୍ୟ ଇଲେଭେନ ଭୁବନେଶ୍ୱର ମଧ୍ୟରେ ଖେଳାଯିବ ବୋଲି ମଙ୍ଗଳା କ୍ରିକେଟ ଆସୋସିଏସନ ର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ସୂଚନା ଦେଇଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply