ନୟାଗଡ଼,ତା-୨୬.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟରେ ସାମନ୍ତବାଦୀ ଚିନ୍ତାଧାରା ଏବେ ବି ଆମ ସମାଜରେ ବଳବତ୍ତର ଅଛି। ଜଣେ ସାଧାରଣ ମଣିଷ ହୋଇ ଲୋକଙ୍କ ସେବା କରିବା ମୋ ଲକ୍ଷ୍ୟ ବୋଲି କହିଥିଲେ।

ନିର୍ବାଚିତ ପ୍ରତିନିଧି ମନୋଭାବ ଜଣେ ସେବକ ହେବା ଆବଶ୍ୟକ ବୋଲି କହିଥିଲେ। ଦଳକୁ ସଂଗଠିତ କରିବାର ମନ୍ତ୍ର ଦେଇଥିଲେ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଆଗକୁ ଯିବାକୁ ଆହ୍ବାନ ଦେଇଥିଲେ। ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ସମସ୍ତେ ଲଢେ଼ଇ କରିବାକୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ କ୍ଷୀରୋଦ କୁମାର ମହାପାତ୍ର, ସରୋଜ କୁମାର ରଣସିଂ, ଝିଲ୍ଲି ପ୍ରଧାନ, ମହିଳା ବିଜେଡି ସଭାପତି ବିରଜା ଲକ୍ଷ୍ମୀ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ନିରଞ୍ଜନ ମିଶ୍ର, ଜନାର୍ଦ୍ଦନ ଦଳବେହେରା, ନିତ୍ୟାନନ୍ଦ ପ୍ରଧାନ, ବସନ୍ତ ରଥଶର୍ମା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଶେଖ୍ ନଇମ୍, ମହିଳା ନେତ୍ରୀ ମାଳତୀ ଗୁରୁ ପ୍ରମୁଖ ଡବଲ ଇଞ୍ଜିନ ସରକାରର ମିଥ୍ୟା ପ୍ରତିଶ୍ରୁତି, ସରକାରଙ୍କ ଶୋଷଣ ନୀତି ଉପରେ ବକ୍ତବ୍ୟ ରଖିଥିଲେ।











