Home / ମୁଖ୍ୟ ଖବର / ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ର ଶତ ପ୍ରତିଶତ ସଫଳତା।

ସରକାରୀ ମେଧାବୃତ୍ତି ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ର ଶତ ପ୍ରତିଶତ ସଫଳତା।

whatsapp image 2025 12 27 at 9.30.16 am

ନୟାଗଡ଼,ତା-୨୬.୧୨.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ୨୦୨୪-୨୫ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ଜ୍ଯୋତି ରଂଜନ ସାହୁ ୩ୟ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ସର୍ବୋଚ୍ଚ ନମ୍ବର ରଖି ଜନ୍ମ ତାରିଖ ଆଧାରରେ ଦ୍ବିତୀୟ ସ୍ଥାନ ଓ ରୌନକ ପାତ୍ର ୪ର୍ଥ ସ୍ଥାନ ଅଧିକାର କରି ଆମ ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଥିବା ବେଳେ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାର ଉତ୍କର୍ଷ ତାଲିକାରେ ଅରଜିତ୍ ମହାପାତ୍ର ଓ ଅନୁଷ୍କା ବିଶ୍ବାଳ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନ ଅଧିକାର କରି ବିଦ୍ଯାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି।

image
image


ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି କହିବା ସହିତ ଅଭିଭାବକ ଓ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ସାଧୁବାଦ ଜଣାଇ ଥିଲେ।ମେଧାବୃତ୍ତି ପାଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମୁଖ୍ଯ ଅତିଥି ମିଠା ଖୁଆଇ ଥିଲେ। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ, ଆମ ବିଦ୍ଯାଳୟର ଶିକ୍ଷାଦାନ ପଦ୍ଧତି ନିଆରା । ପ୍ରତି ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୋଟିଏ ଗୋଟିଏ ବିଭାଗ କରାଯାଏ,ସରକାରୀ ମେଧାବୃତ୍ତି ପରୀକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷା ଦାନ ବ୍ଯବସ୍ଥା କରାଯିବା ସହିତ ଅଭିଭାବକ ମାନଙ୍କୁ ଶିଶୁ ମାନଙ୍କର ଦାୟିତ୍ୱ ନେବା ପାଇଁ ନିୟମିତ କାଉନସେଲିଂ କରାଯାଏ। କେବଳ ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା ନୁହେଁ ମାଟ୍ରିକ୍ ପରୀକ୍ଷା, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା, ଏନ୍ ଆର୍ ଟି ଏସ୍ ଆଦି ସମସ୍ତ ପରୀକ୍ଷାରେ ଆମ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଶତପ୍ରତିଶତ ରେଜଲ୍ଟ କରି ଆସୁଛନ୍ତି। ପରିଶେଷରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply