Home / ମୁଖ୍ୟ ଖବର / ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ -ମଙ୍ଗଳା କ୍ରିକେଟ କ୍ଲବକୁ ହରାଇ ସେମିରେ ଆଲଫା ସ୍ପୋର୍ଟିଂ, ବ୍ରହ୍ମପୁର

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ -ମଙ୍ଗଳା କ୍ରିକେଟ କ୍ଲବକୁ ହରାଇ ସେମିରେ ଆଲଫା ସ୍ପୋର୍ଟିଂ, ବ୍ରହ୍ମପୁର

whatsapp image 2025 12 28 at 7.20.15 pm

କାକଟପୁର ତା ୨୮/୧୨ (ତୁଷାର ଦୀକ୍ଷିତ ) କାକଟପୁର ମିନି ଷ୍ଟାଡିୟମ ରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ପ୍ରଥମେ ମଙ୍ଗଳା କ୍ରିକେଟ କ୍ଲବ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇ ଆଲଫା ସ୍ପୋର୍ଟିଂ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଦାରୀତ ୨୫ ଓଭରରେ ମାତ୍ର ୧୭୪ ରନ କରି ସମସ୍ତ ଉଇକେଟ ହରାଇଥିଲା l ଦଳ ପକ୍ଷରୁ ସୌମ୍ୟ ବିଶ୍ୱାଳ ୫୨ ବଲ ଖେଳି ୬୨ ରନ ଓ ପିଣ୍ଟୁ

image

ମହାରଣା ୯ ବଲ ଖେଳି ୨୨ ରନ ସଂଗ୍ରହ କରିଥିଲେ । ଜବାବରେ ୧୭୫ ରନର ବିଜୟ ଲକ୍ଷ ନେଇ ମଙ୍ଗଳା କ୍ରିକେଟ କ୍ଲବ, କାକଟପୁର ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ ସଂଗ୍ରହ. କରିଥିଲା।ଦଳ ପକ୍ଷ୍ୟରୁ ଗିରିଜା ବାରିକ 25ବଲ ରେ 27ର ନ ଶୁଭମ ନାୟକ 24 ବଲରେ 27ର ନ ସଂଗ୍ରହ କରିଥିଲେ। ଆଲଫା ସ୍ପୋର୍ଟିଂ ପକ୍ଷ୍ୟରୁ ପିଣ୍ଟୁ ମହାରଣା ଦୁଇ ଓଭର ବୋଲିଂ କରି 4 ର ନ ଦେଇ 2 ଉକେଟ ସଂଗ୍ରହ୍ୱକରିଥିଲେ। ଆଜି ଏହି ମ୍ୟାଚ ର ବିଜୟୀ ଇଂନିସ ପାଇଁ ଆଲଫା ସ୍ପଟିଙ୍ଗ ର ସୌମରଂଜନ ବିଶ୍ୱାଳ ଙ୍କୁ ମଙ୍ଗଳା ଆ ସୋସିଏସନ ର ମେମ୍ବର ସରୋଜ କୁମାର ସାମଲ ( ପଦୁ) ଏବଂ ଉପଦେଷ୍ଟା ପ୍ରେମାନଦ ଗୋଛାୟତ, ରାକେଶ ପଟନାୟକ ପୁରସ୍କାର ପ୍ରଦାନ କରିଥିବାବେଳେ ମ୍ୟାଚକୁ ଓଡିଶା ଆଥଲେଟିକ ଆସୋସିଏସନ ର ସ୍ୱୀକୃତି ପ୍ରାପ୍ତ ଅମ୍ପେୟାର ସତ୍ୟସାଗର ଦାଶ ଓ ପ୍ରମୋଦ ସିଂନ୍ହା ପରିଚାଳନା କରିଥିଲେ l ଭବାନୀ ଶଙ୍କର, ଅକ୍ଷୟ ପ୍ରସାଦ ମହାନ୍ତି ( ଟୁଲୁ ) ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଆସୋସିଏସନର ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ,ତପନ ଦୀକ୍ଷିତ, ରଶ୍ମିରଞ୍ଜନ ମହାନ୍ତି,ସଞ୍ଜୟ ସାମଲ, ସୁଶାନ୍ତ ଦାଶ, ଶ୍ୟାମଲାଲ ରଣା, ପିଚ କ୍ୟୁରେଟର ଧୀରେନ୍ଦ୍ର କୁମାର ଚାନ୍ଦ ପ୍ରମୁଖ ସହଯୋଗ କରିଥିଲେ, ସୋମବାର ଦିନ ପ୍ରଥମ ସେମି ଫାଇନାଲ ରେ ଆଲଫା ସ୍ପୋର୍ଟିଂ ବ୍ରହ୍ମପୁର ଏବଂ ରାମେଶ୍ୱର କ୍ଳବ, ଭୁବନେଶ୍ୱର ମଧ୍ୟରେ ଖେଳାଯିବ ବୋଲି ମଙ୍ଗଳା ଅଥଲେଟିକ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ଙ୍କ ସୂଚନା,

SPREAD YOUR LOVE WITH YOUR FRIENDS AND FAMILY

Leave a Reply