କଣାସ,ତା ୨୯/୧୨ – କଣାସ ଆଞ୍ଚଳର ବରିଷ୍ଠ ଶିଶୁସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ଜଗତସିଂହପୁର ସାହିତ୍ୟ ପରିଷଦର ସମ୍ମାନ ଜନକ ଅଳକା ପୁରସ୍କାର ୨୦୨୪ ଷୋଡଶ ବାର୍ଷିକ ଉତ୍ସବରେ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଡ. ରମେଶ ପ୍ରସାଦ ପ୍ରାଣିଗ୍ରାହୀ, ବରିଷ୍ଠ ପ୍ରାବନ୍ଧିକ ଡ.ଅଜୟ କୁମାର ମିଶ୍ର ମୁଖ୍ଯ ବକ୍ତା ଓ ବିଶିଷ୍ଟ କଥାଶିଳ୍ପୀ ଇଂ ବିଷ୍ଣୁ ସାହୁ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଗତସିଂହପୁର ସାହିତ୍ୟ ପରିଷଦର ଉପଦେଷ୍ଟା ଅଜୟ କୁମାର ବେହେରା ପୌରହିତ୍ଯ କରୁଥିବା ବେଳେ ସଂପାଦକ ଉମାକାନ୍ତ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ।
ପ୍ରଶାନ୍ତ କୁମାର ମଙ୍ଗରାଜ ଓଡ଼ିଆ ଶିଶୁ ସାହିତ୍ୟରେ ଶିଶୁ ଉପନ୍ୟାସ ପାଇଁ ବେଶ୍ ଚର୍ଚ୍ଚିତ। ତାଙ୍କର ୧୮ ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ମଧ୍ୟରେ ରହିଛି ୯ଟି ଶିଶୁ ଉପନ୍ୟାସ।। ବଣରେ ଲାଗିଛି ନିଆଁ,ଆଖି ଖୋଲି ଦେଲେ ଆଚାର୍ଯ୍ୟ ବାବୁ, ସଖୀ ପାଇଁ ଆଖି,ବିଷ ମଣିଷ, ନରକ ପୁରୀରେ ନବେ ଦିନ,କୁନି ବଣି, ନିଜକୁ ଗଢ଼ିବାର ବେଳ, ଆଦି ହେଉଛି ତାଙ୍କର ଶିଶୁପ୍ରିୟ ଉପନ୍ୟାସ ଏବଂ ମୁଁ ବି ଆମ୍ବେଦକର, ନବୀନର ମୟୂର ହେଉଛି ତାଙ୍କ ଦ୍ୱାରା କନ୍ନଡ଼ରୁ ଓଡ଼ିଆକୁ ଅନୁଦିତ ଦୁଇଟି ଶିଶୁ ଉପନ୍ୟାସ । ସଂପ୍ରତି ତାଙ୍କର “କୁନି ବଣି ” ଶିଶୁ ଉପନ୍ୟାସ ପାଠକ ମହଲରେ ଆଦର ଲାଭ କରିଛି। ଏହି ଉପନ୍ୟାସ ମଧ୍ଯ କେନ୍ଦ୍ର ସାହିତ୍ୟ ଅକାଦେମୀ ପ୍ରଦତ୍ତ ବାଲ ପୁରସ୍କାର ପାଇଁ ଚୁଡାନ୍ତ ପର୍ଯ୍ୟାୟକୁ ଯାଇ ଥିଲା। ଏହି ସଫଳ ଶିଶୁ ଉପନ୍ୟାସ ଇଂରାଜୀ, ହିନ୍ଦୀ ଭାଷାକୁ ମଧ୍ଯ ଅନୁବାଦ କରାଯାଇଛି। ପୂର୍ବରୁ ସେ ମଧ୍ଯ କୁନି ବଣି ପାଇଁ ରେବା ରାୟ ଫାଉଣ୍ଡେସନ ,ସୁବର୍ଣ୍ଣ ଦୀପ,ନିର୍ଝରିଣୀ ଓ ସୁଚିତ୍ରା ଶିଶୁ ଉପନ୍ୟାସ ସମ୍ମାନ ଲାଭ କରଛନ୍ତି । ଏହା ପୂର୍ବରୁ ସେ ନିଜର ଶିଶୁଉପନ୍ୟାସ “ଆଖିଖୋଲିଦେଲେ ଆଚାର୍ଯ୍ୟ ବାବୁ”ନିମନ୍ତେ ଜାତୀୟ ସ୍ତରରେ ବହୁବଚନ ପୁରସ୍କାର ଲାଭ କରିଥିଲେ। ଅଳକା ପୁରସ୍କାର ପାଇବା ପରେ ଲେଖକ ଓ ପାଠକମାନେ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ଅଳକା ପୁରସ୍କାର ପ୍ରଦାନ











