Home / ମୁଖ୍ୟ ଖବର / ହରି ସହଦେବଙ୍କ ଐତିହ୍ୟ ଵନ୍ତରୁ ବାଲି ଚୋରୀ

ହରି ସହଦେବଙ୍କ ଐତିହ୍ୟ ଵନ୍ତରୁ ବାଲି ଚୋରୀ

img 20251231 wa0000

ପୁରୀ: ୩୧/୧୩/୨୦୨୫ ହରି ସହଦେବଙ୍କ ଐତିହ୍ୟ ଵନ୍ତରୁ ବାଲି ଚୋରୀ। ସ୍ଥାନୀୟ ଆର୍ ଆଇଙ୍କ ଭୂମିକା ସନ୍ଦେହରେ। ମାସ ମାସ ଧରି ଦୁଇଟି ଟ୍ରାକ୍ଟର ରେ ପ୍ରତିଦିନ ତ୍ରିନାଥ ପଲାଇ ନାମକ ଜଣେ ବାଲି ମାଫିଆ ଦୁଇଟି ଟ୍ରାକ୍ଟର ରେ ବହୁ ଚର୍ଚ୍ଚିତ ହରି ସହଦେବଙ୍କ ପୀଠରେ ଥିବା ଐତିହ୍ୟ ବାଲିବନ୍ତରୁ ବାଲି ଚୋରୀ କରୁଛି।ଏଥିରେ ସ୍ଥାନୀୟ ପଣସପଦା ରେଭିନ୍ୟୁ ଇନ୍ସପେକ୍ଟର ବାଲି ମାଫିଆ ଠାରୁ ଲାଞ୍ଚ ଖାଇ ବାଲି ମାଫିଆଙ୍କୁ ବାଲି ଚୋରୀ ପାଇଁ ପ୍ରଶ୍ରୟ ଦେଉଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରୁଛନ୍ତି। ପ୍ରକାଶ ଥାଉକି ସ୍ଥାନୀୟ ପଚାଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉପକୂଳ ବାଲିବନ୍ତ ସୁରକ୍ଷା ପରିଷଦ ଗଢି ଐତିହ୍ୟ ବାଲିବନ୍ତରୁ ବାଲି ଖନନ ଓ ଚାଲାଣ ବିରୋଧରେ ମାସାଧିକ କାଳ ଗଣ ଆନ୍ଦୋଳନ କରି ବାଲି ଚୋରାଚାଲାଣ ବନ୍ଦ କରିବାରେ ସଫଳ ହୋଇଥିଲେ। ଗଣ ଆନ୍ଦୋଳନର ଉଗ୍ରତା ଓ ଏ ସମ୍ପର୍କରେ ପ୍ରତିଦିନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶ୍ରୀସେତୁ ନିର୍ମାଣ ପାଇଁ ସରକାର ବାଲି ନିଲାମ ଅନୁମତି ପ୍ରତ୍ୟାହାର କରି ନେଇଥିଲେ। ଏଥିରେ ଉତ୍ସାହିତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନରେ ବାଲିବନ୍ତ ସୁରକ୍ଷା ଆନ୍ଦୋଳନ ମୁଣ୍ଡ ଟେକିଥିଲା।ଏହା ପରେ ସରକାର କ୍ୟାବିନେଟ୍ ବସାଇ ଓଡ଼ିଶା ବାଲି ଅଧିନିୟମ – ୨୦୨୦ ଅର୍ଡିନାନସ୍ ଜାରି କରିଥିଲେ ଏବଂ ପରବର୍ତୀ ସମୟରେ ଏହାକୁ ବିଧାନ ସଭାରେ ପାରିତ କରା ଯାଇଥିଲା। ସେବେଠାରୁ କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ‌ଜେନାପୁର ମୌଜାରେ ଥିବା ଐତିହ୍ୟ ବାଲିବନ୍ତରୁ ବାଲି ଖନନ ଓ ପରିବହନ ବନ୍ଦ ଥିଲା। ମାତ୍ର ଏବେ କିଛି ବାଲି ମାଫିଆ ଆଇନକୁ ଉଲଂଘନ କରି ରାଜସ୍ୱ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ ଏବଂ ବ୍ରହ୍ମଗିରି ତହସିଲର କିଛି କର୍ମଚାରୀଙ୍କୁ ଧରି ଏହି ଐତିହ୍ୟ ବାଲିବନ୍ତରୁ ବାଲି ଚୋରୀ କରି ଏହାକୁ ଶ୍ରୀହୀନ କରିପକାଇଲେଣି। ଏଥିପାଇଁ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଥାଉକି ସାମୁଦ୍ରିକ ଝଡ, ବାତ୍ୟା ଓ ବନ୍ୟା ଦାଉରୁ ଏହି ପ୍ରାକୃତିକ ବାଲିବନ୍ତ ଗୁଡ଼ିକ ହଜାର ହଜାର ବର୍ଷ ଧରି ଏହି ଅଞ୍ଚଳରେ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି।ଏହି ଅଞ୍ଚଳରେ ଅନେକ ପ୍ରାକୃତିକ ବାଲିବନ୍ତ ରହିଛି। ପ୍ରଶାସନ ବାଲି ମାଫିଆଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ ପୁଣି ଏକ ବିରାଟ ଜନ ଆନ୍ଦୋଳନର ସୂତ୍ରପାତ ହେବ । ଦିଗମ୍ବର ବେହେରା, ସଭାପତି, ଉପକୂଳ ବାଲିବନ୍ତ ସୁରକ୍ଷା ପରିଷଦ, ରଞ୍ଜନ କୁମାର ଦଳାଇ, ସମ୍ପାଦକ,ବାବୁଲି ଦାଶ, କାର୍ଯ୍ୟକାରୀ ସଭାପତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply