Home / ମୁଖ୍ୟ ଖବର / ଶିକ୍ଷା ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ର ଦିଗଦର୍ଶକ- କାକଟପୁର ହାଇସ୍କୁଲ ରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

ଶିକ୍ଷା ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଗଠନ ର ଦିଗଦର୍ଶକ- କାକଟପୁର ହାଇସ୍କୁଲ ରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ

whatsapp image 2026 01 06 at 7.13.53 pm

କାକଟପୁର- ୬/୧ (ତୁଷାର ଦୀକ୍ଷିତ ) :- କାକଟପୁର ନିର୍ବାଚନମଣ୍ଡଳୀ ର ନୋଡାଲ ପିଏମଶ୍ରୀ ହାଇସ୍କୁଲ ଭାବରେ ପରିଚିତ ଶିକ୍ଷାନୁଷ୍ଠାନ ରେ ମଙ୍ଗଳବାର ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପୂର୍ବାହ୍ନ ୧୧ ଘଟିକା ସମୟରେ ଆୟୋଜିତ ଉତ୍ସବ ରେ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ପୁରୀଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସ୍ୱାଧୀନ କୁମାର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ,ସାଂସଦ ବ୍ଲକ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ, ସରପଞ୍ଚ ଅଭୟ ସେଠୀ, ସମାଜସେବୀ ରତିକାନ୍ତ ବେହେରା, ସମାଜସେବୀ ଜ୍ଞାନ ରଞ୍ଜନ ସାହୁ, ବରିଷ୍ଟ ନାଗରିକ ନିରଦ ବରନ ମହାନ୍ତି,ଆୟୋଜକ କାକଟପୁର ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର ନାଥ ନନ୍ଦ,ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ କୁମାର ସ୍ୱାଇଁ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ରୀନା ଲତା ପରିଡା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ l

image

ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ହେବା ସହିତ ଭବିଷ୍ୟତ ରେ ବିଦ୍ୟାର୍ଥୀ ମାନେ ଉତ୍ତମ ଚରିତ୍ର ଗଠନ କରିବା ଦିଗରେ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ l ଅତିଥି ମାନେ ବିଦ୍ୟାଳୟ ରେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ, ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଷ୍ଟଲ, ଆକାଂକ୍ଷା ମେଳା ପରିଷଦ ପକ୍ଷରୁ ବିଭିନ୍ନ ଗ୍ୟାଲେରୀ ରେ ଛାତ୍ର ଛାତ୍ରୀ ମାନଙ୍କ ଜିଂଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନ, କାହାଣୀ ଗଛ, ଲୋପ ପାଉଥିବା ପୁରାତନ ସାମଗ୍ରୀ ରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ, ଦୈନିକ ବଜାର, ଦିନିକିଆ ଉଦ୍ୟୋଗ ଷ୍ଟଲ ଆଦି ବୁଲି ଦେଖିବା ସହିତ ସେମାନଙ୍କ ଠାରୁ ଖାଦ୍ୟ କିଣି ଖାଇବା ସହ ଛାତ୍ର ଛାତ୍ରୀମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l ଏହି ଉତ୍ସବ କୁ ସହକାରୀ ଶିକ୍ଷକ ପ୍ରତାପ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଉର୍ଦୁ ଶିକ୍ଷକ ସେକ ସମରୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply