Home / ମୁଖ୍ୟ ଖବର / କଂଗ୍ରେସ ପକ୍ଷରୁ ବିଶାଳ ଚାଷୀ ସମାବେଶ ନେଇ ପ୍ରସ୍ତୁତି ବୈଠକ।

କଂଗ୍ରେସ ପକ୍ଷରୁ ବିଶାଳ ଚାଷୀ ସମାବେଶ ନେଇ ପ୍ରସ୍ତୁତି ବୈଠକ।

whatsapp image 2026 01 06 at 6.29.46 pm

ନୟାଗଡ଼,ତା – ୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ଆଗାମୀ ୧୨ ଜାନୁଆରୀ ସୋମବାର ନୟାଗଡ଼ ପୁରୁଣା ଜେଲ ସ୍ଥିତ ପାର୍କିଙ୍ଗ ପଡିଆ ଠାରେ ବିଶାଳ ଚାଷୀ ସମାବେଶରେ ଯୋଗ ଦେବାପାଇଁ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନୟାଗଡ଼ ଗସ୍ତ ପରିପ୍ରେକ୍ଷୀରେ ପ୍ରାରମ୍ଭିକ ଦଳୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି l

image

ଜିଲ୍ଲା କଂଗ୍ରେସ କିସାନ ସେଲ ଅଧ୍ୟକ୍ଷ ବସନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପିସିସି ସାଧାରଣ ସମ୍ପାଦକ ୟାଶୀର ନୱାଜ, ଡିସିସି ସଭାପତି ଶ୍ରୀ ରଣଜିତ ଦାଶ, ପିସିସି ସଭ୍ୟ ହୁସେନ ଖାଁ, ବରିଷ୍ଠ ନେତା ମନୋଜ ସାହୁ, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସାନ୍ତ, ବୁଲୁ ପରିଡା, ହାଲିମ ଖାଁ, ହସୀମ ଖାଁ,ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଲାରେ ଗତ ୨୯ ତାରିଖ ଠାରୁ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଖୋଲାଯାଇ ଥିଲେ ମଧ୍ୟ ଏଯାଏଁ ପ୍ୟାକ୍ସ ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି l ଚାଷୀର ଧାନ ବସ୍ତା ଥଣ୍ଡା କାକରରେ ପଡି ଖତରା ହେଲାଣି ଏପଟେ ଏଫଏକ୍ୟୁ ନାଁରେ ମିଲର୍ସ ମାନେ କୁଇଣ୍ଟାଲ ପ୍ରତି ୧୦ କେଜି କଟଣୀଛଟଣୀ ପାଇଁ ଜିଲ୍ଲା ବ୍ୟାପି ଧାନ କିଣା ଅଟକିଛି। ଧାନକିଣା ପ୍ରତିବାଦ ରେ କଂଗ୍ରେସ ବିଶାଳ ଚାଷୀ ସମାବେଶ କରିବ ବୋଲି ଡିସିସି ସଭାପତି ଶ୍ରୀ ରଣଜିତ ଦାଶ କହିଛନ୍ତି l ଏ ନେଇ ବିସ୍ତାର ଆଲୋଚନା ଆସନ୍ତା ୮ ତାରିଖରେ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ହେବ ବୋଲି ଦଳ ପକ୍ଷରୁ ଜଣାଇ ଦିଆଯାଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply