Home / ମୁଖ୍ୟ ଖବର / ଭକ୍ତ ନିବାସରେ ପାର୍କିଂ ଶୁଳ୍କ ବୃଦ୍ଧିକୁ ନେଇ ତୀବ୍ର ବିରୋଧ

ଭକ୍ତ ନିବାସରେ ପାର୍କିଂ ଶୁଳ୍କ ବୃଦ୍ଧିକୁ ନେଇ ତୀବ୍ର ବିରୋଧ

mandir

ପୁରୀ: ୮/୧/୨୦୨୬ ଆମ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ଆରୋପ କରାଯାଉଥିବା ଏକ ନିଷ୍ପତ୍ତିକୁ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଛି।

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ନିବାସଗୁଡ଼ିକରେ ଗାଡ଼ି ପାର୍କିଂ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା (୧୮% GST ସହ) ଆଦାୟ କରିବା ସମ୍ପର୍କରେ ଜାରି ହୋଇଥିବା ବିଜ୍ଞପ୍ତିକୁ ନେଇ ଅସନ୍ତୋଷ ବଢ଼ିଛି।

ବିଜୁ ଜନତା ଦଳର ଉପ-ସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଏହି ନିଷ୍ପତ୍ତିକୁ କଠୋର ଭାବେ ବିରୋଧ କରି କହିଛନ୍ତି ଯେ, ପୂର୍ବରୁ ଭକ୍ତ ନିବାସରେ ରହିବା ଦେୟ ମହଙ୍ଗା ହୋଇଥିବାବେଳେ, ଏବେ ପାର୍କିଂ ଶୁଳ୍କରେ ଏପରି ବଡ଼ ଧରଣର ବୃଦ୍ଧି “କଟା ଘା’ରେ ଚୂନ” ସଦୃଶ।

ତାଙ୍କ କହିବା ଅନୁଯାୟୀ, ଏହା ସିଧାସଳଖ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାରୁ ଆର୍ଥିକ ଫାଇଦା ନେବାର ପ୍ରୟାସ। ନୂତନ ନିୟମ ଅନୁସାରେ ଜାନୁଆରୀ ୭ ତାରିଖରୁ ପୁରୀର ନୀଳାଚଳ ଭକ୍ତ ନିବାସ, ନୀଳାଦ୍ରି ଭକ୍ତ ନିବାସ ସହ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ପାର୍କିଂ ଶୁଳ୍କ ଦେବାକୁ ବାଧ୍ୟ ହେବେ।

ଶ୍ରୀ ଦାସବର୍ମା କହିଛନ୍ତି ଯେ, ଏପରି ନିଷ୍ପତ୍ତି ପୁରୀ ସହ ସମଗ୍ର ଓଡ଼ିଶାର ଭାବମୂର୍ତ୍ତିକୁ ମଳିନ କରିବା ସହ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନକୁ ପ୍ରଭାବିତ କରିବ।

ଶେଷରେ ସେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି ଯେ, ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସଦବୁଦ୍ଧି ମିଳୁ ଏବଂ ପ୍ରଶାସନ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରୁ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply