Home / ମୁଖ୍ୟ ଖବର / ଗୋପରେ ଚାଷୀଙ୍କ ପାଚିଲା ଧାନ ବିଲରେ ନିଆଁ : ଧାନ ପୋଡ଼ି ଅଙ୍ଗାର

ଗୋପରେ ଚାଷୀଙ୍କ ପାଚିଲା ଧାନ ବିଲରେ ନିଆଁ : ଧାନ ପୋଡ଼ି ଅଙ୍ଗାର

whatsapp image 2026 01 11 at 5.26.37 pm

ଗୋପ, ୧୧/୧/୨୦୨୬: ପୁରୀ ଜିଲ୍ଲାର ଗୋପ ମୌଜାରେ ଜଣେ ମହିଳା ଚାଷୀଙ୍କ କଟା ହୋଇ ହଳା ବାନ୍ଧିବା ପାଇଁ ରଖାଯାଇଥିବା ପାଚିଲା ଧାନରେ ଦୁର୍ବୃତ୍ତମାନେ ଉଦ୍ଦେଶ୍ୟପୂର୍ବକ ନିଆଁ ଲଗାଇ ଜାଳି ଦେଇଥିବା ଗୁରୁତର ଘଟଣା ଘଟିଛି। ଏଥିରେ ଚାଷୀ ମଞ୍ଜୁଲତା ବେହେରାଙ୍କ ସମ୍ପୂର୍ଣ୍ଣ ଧାନ ନଷ୍ଟ ହୋଇ ଆର୍ଥିକ କ୍ଷତି ହୋଇଛି।

image
image

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା (ଜାନୁଆରୀ ୧୦)ରେ କିଛି ଅଜଣା ବ୍ୟକ୍ତି ମଞ୍ଜୁଲତା ବେହେରାଙ୍କ ଖତିୟାନ ନମ୍ବର ୧୭୩୩/୧୦୮୫ ଅନ୍ତର୍ଗତ ଜମିରେ କଟା ହୋଇ ହଳା ବାନ୍ଧି ରଖାଯାଇଥିବା ପାଚିଲା ଧାନରେ ଉଦ୍ଦେଶ୍ୟପୂର୍ବକ ନିଆଁ ଲଗାଇ ଦେଇଥିଲେ। ଫଳସ୍ୱରୂପ ସମସ୍ତ ଧାନ ଜଳି ପାଉଁଶ ହୋଇଯାଇଥିବା ବେଳେ ଚାଷୀ ଗଭୀର ମାନସିକ ଆଘାତର ସମ୍ମୁଖୀନ ହୋଇଛନ୍ତି।
ଏହି ଘଟଣା ସମ୍ପର୍କରେ ମଞ୍ଜୁଲତା ବେହେରା ଗୋପ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି ତୁରନ୍ତ ଏଫଆଇଆର୍ ରୁଜୁ କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ଘଟଣାକୁ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଅଗ୍ନିସଂଯୋଗ ମାଧ୍ୟମରେ କ୍ଷତି (ମିସଚିଫ୍ ବାଇ ଫାୟାର୍) ଭାବେ ବର୍ଣ୍ଣନା କରିଛନ୍ତି ଏବଂ ଦୋଷୀମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ଘଟଣାର ଖବର ପାଇବା ପରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ବାଇଁ (ଲୁଲୁ) ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେ ଗୋପ ତହସିଲଦାରଙ୍କ ସହ ଯୋଗାଯୋଗ କରି ରେଭେନ୍ୟୁ ଇନ୍ସପେକ୍ଟରଙ୍କ ମାଧ୍ୟମରେ ତୁରନ୍ତ କ୍ଷତି ଯାଞ୍ଚ କରାଇ ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ବିଜେପି କୃଷକ ମୋର୍ଚ୍ଚା ସଦା ପ୍ରତିବଦ୍ଧ।
ଏହି ଘଟଣାକୁ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ନିନ୍ଦା କରିବା ସହ ଦୁର୍ବୃତ୍ତମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଘଟଣା ପରେ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply