Home / ମୁଖ୍ୟ ଖବର / ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

whatsapp image 2026 01 10 at 8.39.33 pm

ପୁରୀ: ତା୧୦/୦୧/୨୦୨୬ରିଖ – ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ କୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ, (୧) ପ୍ରଥମତଃ ସେ ମହାତ୍ମାଗାନ୍ଧୀ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ନାମ ଏବଂ ସଂପୂର୍ଣ୍ଣ ରୂପରେଖ ପରିବର୍ତ୍ତନ କୁ ନିନ୍ଦା କରିଥିଲେ । ସେ କହିଥିଲେ ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନ ର ହତ୍ୟା ସେ ଆହୁରି ମଧ୍ୟ କହିଥିଲେ ଭିବି-ଜୀ-ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି, ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବ ମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇନିଆଯାଇଛି, ଏସ.ସି.ଏସ.ଟି ଓବିଶି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ । ଏହା ନାଥୁରାମ ଗୋଡସେଙ୍କ ଅନୁଗାମୀ ମାନଙ୍କ ଦ୍ଵାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ବଂସ କରିବାର ଏକ ଷଡ଼ଯନ୍ତ୍ର । ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିବେଧତା ସୃଷ୍ଟି କରୁଛି ଏବଂ ଟାଟା ପାଓ୍ବାର ର ନିୟମିତ ଜୁଲମ ବିରୁଦ୍ଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବିଦ୍ୟୃତ ଉପଭୋକ୍ତା ଙ୍କୁ ବିଭିନ୍ନ ବିଦ୍ୟୃତ ରିହାତି ସଂପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ । ତାହା ସହିତ ରାଜ୍ୟ ସରକାରଙ୍କ ଟାଟା ପାଓ୍ବାର ସହିତ ଥିବା ମଧୁ ଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ ୩୦୦ ୟୃନିଟ ମାଗଣା ବିଦ୍ୟୃତ ଯୋଗାଣ ଓ ଟାଟା ପାଓ୍ବାର ର ଅତିରିକ୍ତ ସିକ୍ୟୃରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ । 

ଶେଷରେ ଧାନ ମଣ୍ଡି ଗୁଡିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।   ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ କୁମାର ମିଶ୍ର ସଭାପତିତ୍ବ କରିଥିଲେ ।

ବିଶ୍ବକେସନ ହରିଚନ୍ଦନ ମହାପାତ୍ର, , ବିଶ୍ଵନାଥ ଦାଶ, ବିଦ୍ୟୃତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ବାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀ ପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗାପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I 

SPREAD YOUR LOVE WITH YOUR FRIENDS AND FAMILY

Leave a Reply