ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି।

ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା
ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।











