Home / ମୁଖ୍ୟ ଖବର / ଅଶୋକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ ଆଧ୍ୟାତ୍ମିକ କବିତା ଆସର

ଅଶୋକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ ଆଧ୍ୟାତ୍ମିକ କବିତା ଆସର

ପୁରୀ, ତା ୧୭/୦୫/୨୬ (ନି.ପ୍ର): ଅଶୋକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀର ରାମାୟଣି ଲେନ୍, ରାବେଣି ଚଉରା ମଣ୍ଡପରେ ରବିବାର ଦିନ ଏକ ରକ୍ତଦାନ ଶିବିର ସହ ଆଧ୍ୟାତ୍ମିକ କବିତା ଆସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

କବି ତଥା ନାଟ୍ୟକାର ରବୀନ୍ଦ୍ରନାଥ ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ, ପଦ୍ମଶ୍ରୀ ଡ଼. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ, ବରିଷ୍ଠ ପ୍ରଶାସକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଡ଼. ସତ୍ୟନାରାୟଣ ଆଚାର୍ଯ୍ୟ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି ଏବଂ କବି ତଥା ସାହିତ୍ୟିକ ବଂଶୀଧର ମହାପାତ୍ର ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହିଥିଲେ।

ଆଇନଜୀବୀ ସୁଶାନ୍ତ କୁମାର ରଥଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ୧୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହାସହ ଆଧ୍ୟାତ୍ମିକ କବିତା ଆସରରେ ବହୁ ବିଶିଷ୍ଟ କବି ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ଆୟୋଜିକା ଡ଼. ପ୍ରିୟମ୍ବଦା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଶିକ୍ଷକ ତଥା କବି ଲକ୍ଷ୍ମୀ ପ୍ରସାଦ ପାଣି ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ଡ଼. ଶ୍ରୀପଦା ଯୋଗଜାତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାମୂହିକ ପ୍ରସାଦ ସେବନ କରାଯାଇଥିଲା।

ଏହି ଅବସରରେ ୧୨ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡ଼. ଅଶୋକ କୁମାର ମହାପାତ୍ର, ତରୁଲତା ସାମଲ, ଡ଼. ରଶ୍ମି କର, ଡ଼. ବୀଣାପାଣି ମିଶ୍ର, ଡ଼. ସତ୍ୟନାରାୟଣ ଆଚାର୍ଯ୍ୟ, ସୁଶାନ୍ତ କୁମାର ରଥ, ଲକ୍ଷ୍ମୀ ପ୍ରସାଦ ପାଣି, ପ୍ରମୋଦ କୁମାର ମହାପାତ୍ର, ସୁଧା ପଟ୍ଟନାୟକ, ରବୀନ୍ଦ୍ରନାଥ ଷଡଙ୍ଗୀ, ଡ଼. ଉମାକାନ୍ତ ମହାପାତ୍ର ଓ ଉମାବଲ୍ଲଭ ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply