Home / ମୁଖ୍ୟ ଖବର / ୨୪ ଘଣ୍ଟା ରେ ଦୁଇଟି ମାମଲା ରୁଜୁ ଦୁଇ ଗିରଫ ଅପହରଣ ଓ ଅସଦାଚରଣ

୨୪ ଘଣ୍ଟା ରେ ଦୁଇଟି ମାମଲା ରୁଜୁ ଦୁଇ ଗିରଫ ଅପହରଣ ଓ ଅସଦାଚରଣ

kaedi

କାକଟପୁର 15/1( ତୁଷାର ଦୀକ୍ଷିତ ) କାକଟପୁର ଥାନା ପୋଲିସ ପକ୍ଷରୁ ଆଜି ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିବା ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗତ କାଲି ବସ ଷ୍ଟାଣ୍ଡ ରୁ ଜଣେ ଯୁବତୀ କୁ ଅପହରଣ କରି ନେଇ ମୟୁରଭଞ୍ଜ ଚାଲି ଯାଇଥିବା ବେଳେ ପୋଲିସ ଘଟଣା ର ଅନୁସନ୍ଧାନ କରି ମୟୁରଭଞ୍ଜ ଜିଲ୍ଲା ର ମେଘନାଦ ଘଡ଼େଇ କୁ ଗିରଫ କରି କାକଟପୁର ଥାନା କୁ ଆଣିବା ସହ ଯୁବତୀ କୁ ଉଦ୍ଧାର କରିଥିଲେ l ସେହିପରି ଗତ କାଲି ମାଧବାନନ୍ଦ ଙ୍କ ପୀଠରେ ପ୍ରସିଦ୍ଧ ମକର ମେଳା ରେ ହଜାର ହଜାର ଭକ୍ତ ଙ୍କ ସାମଗମ ହୋଇଥିଲା ବେଳେ ପତି ପତ୍ନୀ ଯାତ୍ରା ବୁଲି ଘରକୁ ଫେରୁଥିବା ସମୟ ରେ ବଲରା ଗ୍ରାମର ମିଲୁ କାଣ୍ଡି (ପତି ଙ୍କୁ ପଥର ରେ ମାଡ଼ କରିବା ସହ ପତ୍ନୀ) ଙ୍କୁ ଅସଦାଚରଣ କରିଥିଲା l ଖବର ପାଇ କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ସଦଳବଳେ ଅଭିଯୁକ୍ତ ମିଲୁ କାଣ୍ଡି କୁ ଧରି ଥାନା କୁ ଆଣିଥିଲେ l ଆଜି ଦୁଇ ଜଣକୁ କୋର୍ଟ ଫରୱାର୍ଡ କରାଯାଇଛି l ଏ ସଂକ୍ରାନ୍ତ ରେ କାକଟପୁର ଥାନାରେ କେଶ ନଂ 10/26 ଓ 14/26 ରେ ଦୁଇଟି ମାମଲା ରୁଜୁ ହୋଇଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply