Home / ମୁଖ୍ୟ ଖବର / ନୟାଗଡ଼ ବିଜୁ ଜନତା ଦଳର ସାଂଗଠନିକ ବୈଠକ। ଜନପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ବିଧାୟକ ଅରୁଣ।

ନୟାଗଡ଼ ବିଜୁ ଜନତା ଦଳର ସାଂଗଠନିକ ବୈଠକ। ଜନପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ବିଧାୟକ ଅରୁଣ।

whatsapp image 2026 01 17 at 8.01.35 am

ନୟାଗଡ଼,୧୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। – ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସାଂଗଠନିକ ବୈଠକ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ବଲାଙ୍ଗୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସାଂଗଠନିକ ମନ୍ତ୍ର ଦେଇଛନ୍ତି । ବିଜୁ ଜନତା ଦଳକୁ ମଜବୁତ୍ କରିବା, ଲୋକଙ୍କ ପାଇଁ କାମ କରିବା, ରାଜନୀତିକୁ ସମାଜସେବା ଭାବେ ଗ୍ରହଣ କରିବା ସେ ମତ ରଖିଛନ୍ତି ।

image
image

ଦୀର୍ଘଦିନ ବ୍ୟବଧାନରେ ଆୟୋଜିତ ଏହି ସାଂଗଠନିକ ବୈଠକରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଡବଲ ଇଞ୍ଜିନ ସରକାର ପ୍ରତିଶୃତି ପୂରଣ କରି ପାରୁନଥିବା ବେଳେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର କରୁଥିବା, ବିକାଶ ମୂଳକ କାର୍ଯ୍ୟରେ ମନ୍ଥରତା, ଜନହିତକର ଯୋଜନା ଗୁଡ଼ିକୁ କୋମାକୁ ଠେଲି ଦିଆଯାଉଥିବା ନେଇ ଅନେକ ନେତା ମତ ଦେଇଥିଲେ । ଏପରିକି ଜନପ୍ରତିନିଧିଙ୍କୁ ପ୍ରଶାସନିକ ଅଣଦେଖାକୁ ନେଇ ଅନେକ ମତ ଦେଇଥିଲେ । ଏହାକୁ ପ୍ରତିହତ କରିବାକୁ ଆବଶ୍ୟକ ପଡ଼ିଲେ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ନୟାଗଡ଼ ଜିଲ୍ଲା ଏବେ ବି ବିଜୁ ଜନତା ଦଳ ଗଡ଼ ଭାବେ ପରିଚତ ରହିଛି । ସରପଞ୍ଚଙ୍କଠାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସବୁ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀମାନେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି । କୈାଣସି ପରିସ୍ଥିତିରେ ଦଳ ପଛକୁ ଘୁଞ୍ଚିବ ନାହିଁ ବୋଲି ଉପସ୍ଥିତ ନେତାମାନେ ମତ ବ୍ୟକ୍ତ କରିଥିଲେ । ଏହି ସାଂଗଠନିକ ସଭାରେ ୭ଟି ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଏନ୍‌ଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତିସଭ୍ୟମାନେ ଯୋଗ ଦେଇଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply