Home / ମୁଖ୍ୟ ଖବର / ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ଗ୍ରାହକ

ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି ଗ୍ରାହକ

untitled 1

ପୁରୀ:୧୮/୧/୨୦୨୬ – ସହର ତଥା ପୁରୀ ଜିଲ୍ଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକ ଙ୍କୁ ଠକୁଛନ୍ତି ମାଲିକ ସୂଚନା ଅନୁସାରେ ପ୍ରତ୍ୟେକ ପେଟ୍ରୋଲ ପମ୍ପ ରେ ଯଦି କୌଣସି ଗ୍ରାହକ ପେଟ୍ରୋଲ ଭରେ ତେବେ ସେ କିଛି ମୌଳିକ ସୁବିଧା ପାଇପାରିବେ ବୋଲି ଭାରତ ସରକାର ଙ୍କ ତରଫରୁ ସ୍ପଷ୍ଟ କରାଯାଇଛି |ଯେପରିକି ପାନୀୟ ଜଳ, ଶୌଚାଳୟ,ମାଗଣା ଏୟାର ଭଳି ମୌଳିକ ସୁବିଧା ପାଇଵା ଜଣେ ଗ୍ରାହକ ର ଅଧିକାର | ହେଲେ ବିଡମ୍ବନା ର ବିଷୟ ଦୀର୍ଘ ଦିନ ଧରି ଅନେକ ପେଟ୍ରୋଲ ପମ୍ପ ରେ ମାଗଣା ଏୟାର ର ସୁବିଧା ନାହିଁ ଏବଂ ପଚାରିଲେ କହୁଛନ୍ତି କି ଏହି ମେସିନ ଏଵେ 30 ମିନିଟ ହେବ ଖରାପ ହୋଇଯାଇଛି କେହି କେହି କହୁଛନ୍ତି କି ଷ୍ଟାଫ୍ଫ ଏଵେ ଖାଇବାକୁ ଗଲେ |

image

ଗତ କିଛିଦିନ ତଳେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପରେ ତ ଏହା ନୀତି ଦିନିଆ ଘଟଣା | ଗତ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୧୨. ୩0 ମିନିଟ ସମୟରେ ଜଣେ ଗ୍ରାହକ ଚନ୍ଦନପୁର ବାଇପାସ ସ୍ଥିତ ଗୁଲୁ ଏବଂ ଗୁଗୁ ପେଟ୍ରୋଲ ପମ୍ପରେ ୭0୭ ଟଙ୍କାର ପେଟ୍ରୋଲ ଭରିବା ପରେ ସେ ମାଗଣା ଏୟାର ପାଇଁ ନିବେଦନ କରିଥିଲେ ହେଲେ ସେଠାର କର୍ମଚାରୀ ପ୍ରଥମେ ଏବଂ ପରେ ପମ୍ପ ର ମ୍ୟାନେଜର ମାଗଣା ଏୟାର ହୋଇପାରିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ | ସେହିପରି ଶନିବାର ଦିନ ଅପରାହ୍ନ ୩ ଟା ସମୟରେ ଜଣେ ଗ୍ରାହକ ସଦର ଥାନା ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ୨୧0 ଟଙ୍କା ର ପେଟ୍ରୋଲ ଭରିଥିଲେ ଏବଂ ମାଗଣା ଏୟାର ପାଇଁ ନିବେଦନ କରିଥିଲେ ସେଠାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେସିନ କାମ କରୁନାହିଁ ବୋଲି କହି ମନା କରିଦେଇଥିଲେ ଏବଂ ମ୍ୟାନେଜର ମଧ୍ୟ୍ୟ ମନା କରିଦେଇଥିଲେ | ସେଠାରେ କାର୍ଯ୍ୟରତ କର୍ମଚାରୀ କାନ୍ଥରେ ଲାଗିଥିବା ମ୍ୟାନେଜର ଙ୍କ ନମ୍ବର ରେ ଯୋଗାଯୋଗ କରିବା ପାଇଁ କହିଥିଲେ ହେଲେ ସେହି ନମ୍ବର ଟି ରିଙ୍ଗ ହେଲା ହେଲେ କେହି ଫୋନ ଉଠାଇଲେ ନାହିଁ | ଗ୍ରାହକ ଜଣକ ନିରୁପାୟ ହୋଇ ଫେରିଥିଲେ | ଏଭଳି ପୁରୀର ଅନେକ ପେଟ୍ରୋଲ ପମ୍ପ ରେ ହେଉଛି କାରଣ ମାଗଣା ଏୟାର ପାଇଁ କୌଣସି ପେଟ୍ରୋଲ ପମ୍ପରେ ଏୟାର ଦେବାପାଇଁ ସ୍ୱତନ୍ତ୍ର କର୍ମଚାରୀ ନାହାନ୍ତି | ଯଦି କେହି ଅଧିକ କମ୍ପ୍ଲେନ କରୁଛନ୍ତି ତାହାଲେ କାର୍ଯ୍ୟରତ ମ୍ୟାନେଜର ପେଟ୍ରୋଲ ଦେଉଥିବା କର୍ମଚାରୀ କୁ ପଠାଇ ଦେଇ ଏୟାର ଦେଉଛନ୍ତି ପରେ ପରେ ପୁଣି ମାଗଣା ଏୟାର ଦେବା ବନ୍ଦ ହୋଇ ରହୁଛି | କିଛି ପମ୍ପରେ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ ସେଠାରେ କେବଳ ପାଣି ଆସୁଥିବା ଟ୍ୟାପ ଉପରେ ପିଇବା ପାଣି ଲେଖି ଦେଉଛନ୍ତି ଏହାକୁ ପଢି ଲୋକମାନେ ପାଣି ପିଉଛନ୍ତି ହେଲେ ସେ ପାଣି କେତେ ଶୁଦ୍ଧ ତାହା ତଦାରଖ କରିବାପାଇଁ କାହାର ଦାୟିତ୍ୱ ନାହିଁ |ଏଥିପ୍ରତି ଯଦି ଜିଲ୍ଲା ପ୍ରଶାସନ ତରଫରୁ କିମ୍ବା ଓଡିଶା ସରକାର ଙ୍କ ତରଫରୁ ରେଗୁଲାର ଭବେ ତଦାରଖ କରାଯିବ ତାହେଲେ ପୁରୀବାସୀ ଉପକୃତ ହେବେ ବୋଲି ଅନେକମତ ପ୍ରକାଶ କରିଛନ୍ତି |ଦେଖାଯାଉ କେବେ ପ୍ରଶାସନ ସଜାଗ ହେଉଛି |

SPREAD YOUR LOVE WITH YOUR FRIENDS AND FAMILY

Leave a Reply