Home / ମୁଖ୍ୟ ଖବର / ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଏବଂ ବିକଶିତ ଭାରତ” ତ୍ରି-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଉଦଘାଟିତ

ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଏବଂ ବିକଶିତ ଭାରତ” ତ୍ରି-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଉଦଘାଟିତ

whatsapp image 2026 01 17 at 8.25.57 pm

​ପୁରୀ:୧୭/୧/୨୦୨୬ ଭାରତୀୟ ଶିକ୍ଷଣ ମଣ୍ଡଳ ଏବଂ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରର ମିଳିତ ଆନୁକୂଲ୍ୟରେ “ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଏବଂ ବିକଶିତ ଭାରତ” ବିଷୟବସ୍ତୁକୁ ନେଇ ଏକ ତ୍ରି-ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ପରିସରସ୍ଥ ସମ୍ମେଳନ କକ୍ଷରେ ଉଦଘାଟିତ ହୋଇଯାଇଛି। ​ଏହି ଉଦଘାଟନୀ ସମାରୋହରେ ଭାରତୀୟ ଶିକ୍ଷଣ ମଣ୍ଡଳର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ବି. ଆର. ଶଙ୍କରାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ପାଇଁ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି ଓ ଜ୍ଞାନ ପରମ୍ପରା ସହ ଜଡ଼ିତ ହେବା ଉଚିତଓ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଦ୍ୱାରା ଛାତ୍ରଛାତ୍ରୀମାନେ କେବଳ ଚାକିରି ପଛରେ ନଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହେବା ସହ  ଦେଶ ଗଠନରେ ସହାୟକ ହେବା ସହ ଶିକ୍ଷାରେ

image
image

ମାତୃଭାଷା ଓ ସଂସ୍କୃତ ଭଳି ପ୍ରାଚୀନ ଭାଷାର ପ୍ରୟୋଗ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। ଅନ୍ୟତମ ସମ୍ମାନିତ ବକ୍ତାଭାବେ ଅଖିଳ ଭାରତୀୟ ଯୁବା ଗତିବିଧି ପ୍ରମୁଖ ପ୍ରଫେସର ଅମିତ ରାଵଟ ଯୋଗଦେଇ ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବା ପାଇଁ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ​କୌଶଳ ବିକାଶ: NEP 2020 ମାଧ୍ୟମରେ ଶିକ୍ଷାକୁ କର୍ମମୁଖୀ ଓ କୌଶଳ-ଭିତ୍ତିକ କରିବା ଉପରେ ସେ ଆଲୋକପାତ କରିଥିଲେ। ଯୁବକମାନେ ନୂତନ ଚିନ୍ତାଧାରା ଓ ନବସୃଜନ (Innovation) ସହିତ ଆଗକୁ ବଢ଼ିବା ଆବଶ୍ୟକ ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ ପରିଶେଷରେ ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଂସ୍କୃତ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏହି ନୂତନ ଶିକ୍ଷା ନୀତି ପ୍ରୟୋଗ ଦ୍ୱାରା ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ଓ ଆଧୁନିକ ବିଜ୍ଞାନ ମଧ୍ୟରେ ଏକ ସେତୁ ସ୍ଥାପନ ହୋଇପାରିବ ବୋଲି କହିଥିଲେ l ଏହି ତ୍ରି-ଦିବସୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବୈଷୟିକ ଅଧିବେଶନ ମାଧ୍ୟମରେ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ବିବିଧ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷାବିତ, ଗବେଷକଙ୍କ ଭାରତୀୟ ଶିକ୍ଷଣ ମଣ୍ଡଳର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ l ଏହି ସମଗ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପରିସରର ଅଧ୍ୟାପକ ଡକ୍ଟର ଜିତେନ୍ଦ୍ର କୁମାର ରାୟଗୁରୁ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply