ନୟାଗଡ,ତା-୧୮.୦୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଏହାର ସ୍ଵନକ୍ଷତ୍ର ଉତ୍ସବ ପାଳନ କରିବା ସହିତ ‘ ବନ୍ଦେ ମାତରଂ ‘ ର ୧୫୦ ବର୍ଷ ପୂର୍ତ୍ତି ପାଳନ କରିଛି । ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପରିବେଶବିତ୍ ଡ଼ଃ ମିହିର ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଓ ସୁବକ୍ତା ପ୍ରବୀର ମହାନ୍ତି , ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁସାହିତ୍ୟିକା ରଶ୍ମି ସାମଲ ଯୋଗଦେଇ ‘ ବନ୍ଦେ ମାତରଂ ‘ ର ବୈଶିଷ୍ଟ୍ୟ ଓ ଉପଲବ୍ଧି ଉପରେ ନିଜର ବକ୍ତବ୍ୟ ରଖିଥିଲେ। ୨୦୦ ବର୍ଷର ପରାଧୀନ ଭାରତକୁ ଏହି ଗୀତର ଶୃଙ୍ଖଳ ସ୍ଵାଧୀନ କରିପାରିଛି ଏବଂ ଏଥିପାଇଁ ‘ ବନ୍ଦେ ମାତରଂ ‘ ସଙ୍ଗୀତ ଆଜି ବି ଭାରତ ବର୍ଷରେ ବନ୍ଦନୀୟ । ଏହି ଉତ୍ସବରେ ସଭାପତିତ୍ବ କରିଥିଲେ କବି ଓ ସାହିତ୍ୟିକା ଡ଼ଃ ଗୀତାଞ୍ଜଳି ମହାପାତ୍ର। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ କ୍ଷଣପ୍ରଭା ମହାନ୍ତି ଓ ହରପ୍ରିୟା ଦ୍ଵିବେଦୀ । କବି ଗୋଦାବରୀଶ ମିଶ୍ର , ପ୍ରବଚକ ପୂର୍ଣ୍ଣଚନ୍ଦ୍ର ମହାରଣା ଦେଶାତ୍ମବୋଧକ ଉପରେ ସେମାନଙ୍କର କିଞ୍ଚିତ ବକ୍ତବ୍ୟ ରଖିଥିଲେ। ସଚିବ ଡ଼ଃ ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ଉତ୍ସବକୁ ପରିଚାଳନା କରିଥିଲେ । ଏଥିରେ ୯ ଜଣ କୃତି ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ପ୍ରତ୍ୟେକ କବିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।











