Home / ମୁଖ୍ୟ ଖବର / ଗୋଟିଏ ଦିନରେ ବଡ଼ ସଫଳତା ଅପରେସନ୍ ‘ଚକ୍ର’ ଗୋଟିଏ ଦିନ ମଧ୍ୟରେ ପୁରୀ ପୋଲିସ୍‌ ପକ୍ଷରୁ ସମୁଦାୟ 650 ବୋତଲ ESKUF କଫ୍ ସିରପ ଜବତ କରାଯାଇଛି

ଗୋଟିଏ ଦିନରେ ବଡ଼ ସଫଳତା ଅପରେସନ୍ ‘ଚକ୍ର’ ଗୋଟିଏ ଦିନ ମଧ୍ୟରେ ପୁରୀ ପୋଲିସ୍‌ ପକ୍ଷରୁ ସମୁଦାୟ 650 ବୋତଲ ESKUF କଫ୍ ସିରପ ଜବତ କରାଯାଇଛି

whatsapp image 2026 01 19 at 6.56.56 pm

ପୁରୀ ଜିଲ୍ଲାରେ ଅବୈଧ ମଦ ଓ ମାଦକଦ୍ରବ୍ୟ ବ୍ୟବସାୟ ବିରୋଧରେ ‘ଅପରେସନ୍ ଚକ୍ର’ ଅଧୀନରେ ଜିରୋ ଟୋଲରେନ୍ସ ନୀତି ଅନୁସାରେ ପୁରୀ ପୋଲିସ୍‌ର ପକ୍ଷରୁ ଲଗାତାର କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ପରିପେକ୍ଷିରେ ସତ୍ୟବାଦୀ ଥାନା ଓ କୁମ୍ଭାରପଡ଼ା ଥାନା ପୋଲିସ୍‌ ପକ୍ଷରୁ ଦୁଇଟି ପୃଥକ୍ ପୃଥକ୍ ମାମଲାରେ ଅବୈଧ କଫ୍ ସିରପ (ESKUF) ଜବତ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସତ୍ୟବାଦୀ ଥାନା ମାମଲା କେସ୍ ନଂ-26, ତା. 18.01.2026 ଧାରା – 296/276/277/132/351(2)/111(2)(b) BNS ଅଭିଯୋଗକାରୀ: କାର୍ତ୍ତିକ ଚନ୍ଦ୍ର ନାୟକ, ଏ.ଏସ୍‌.ଆଇ. ଅଫ୍ ପୋଲିସ୍‌, ସତ୍ୟବାଦୀ ଥାନା, ପୁରୀ। ଅଭିଯୁକ୍ତ: ରାଜେନ୍ଦ୍ର ଜେନା (43), ପିତା ଭଗବାନ ଜେନା, ଗ୍ରାମ ମାଟିତୋଟା, ପ୍ରଧାନ ସାହି, ପି.ଏସ୍ ବାସେଳିସାହି, ଜିଲ୍ଲା ପୁରୀ। ତଦନ୍ତ ଅଧିକାରୀ: ଆଇ.ଆଇ.ସି. ଶ୍ରୀ ଏସ୍‌.ଆର୍‌. ମହାଳିକ, ସତ୍ୟବାଦୀ ଥାନା। ତାରିଖ 18.01.2026 ରେ ସମୟ ପ୍ରାୟ 12.10 ବେଳା, ସତ୍ୟବାଦୀ ଥାନାର ପାଟ୍ରୋଲିଂ ସମୟରେ ପଟ୍ଟନାଇକ ଛକ ନିକଟରେ ଏକ TVS Apache ମୋଟରସାଇକେଲ (ନଂ-OD 13 C 3577) ଅତ୍ୟଧିକ ଦ୍ରୁତ ଗତିରେ ପୁରୀ ଦିଗକୁ ଯାଉଥିବା ଦେଖାଯାଇଥିଲା। ସନ୍ଦେହ ହେବାରୁ ପୋଲିସ୍‌ ଟିମ୍‌ ଗାଡ଼ିଟିକୁ ଧଉଡ଼ି ଯାଇ ବାରାଳ ଛକ ନିକଟରେ ରୋକିଥିଲେ। ଏହି ସମୟରେ ଅଭିଯୁକ୍ତ ପୋଲିସ୍‌ଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗଲୋଜ କରିବା ସହ ପଥର ଫୋପାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ଓ ପୋଲିସ୍‌ କର୍ତ୍ତବ୍ୟ ପାଳନରେ ବାଧା ସୃଷ୍ଟି କରିଥିଲେ। ତଲାଶୀ ସମୟରେ ତାଙ୍କ ପାଖରୁ ଏକ ଗ୍ରୀନ ବ୍ୟାଗ୍‌ ମଧ୍ୟରେ 2ଟି କାର୍ଟନ୍‌ ରହିଥିବା ଦେଖାଯାଇଥିଲା। ସ୍ଥାନୀୟ ସାକ୍ଷୀଙ୍କ ସମ୍ମୁଖରେ ତଲାଶୀ କରାଯାଇ 280 ବୋତଲ ESKUF କଫ୍ ସିରପ (ପ୍ରତି ବୋତଲ 100 ML, ସମୁଦାୟ 28 ଲିଟର) ଜବତ କରାଯାଇଥିଲା, ଯାହାରେ Codeine Phosphate ଓ Triprolidine Hydrochloride ରହିଥିଲା।ଏହା ସହିତ ଅଭିଯୁକ୍ତଙ୍କ ପାଖରୁ ଗୋଟିଏ Nokia କୀପ୍ୟାଡ୍ ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା 320/- ମଧ୍ୟ ଜବତ କରାଯାଇଥିଲା। ଅଭିଯୁକ୍ତ କୌଣସି ବୈଧ ଦଲିଲ୍ କିମ୍ବା ବିଲ୍ ପ୍ରଦର୍ଶନ କରିପାରିନଥିଲେ ଏବଂ ଏହି କଫ୍ ସିରପକୁ ନିଶାସକ୍ତ ବ୍ୟକ୍ତିମାନଙ୍କୁ ଅବୈଧ ଭାବେ ବିକ୍ରି କରୁଥିବା ସ୍ୱୀକାର କରିଥିଲେ।

କୁମ୍ଭାରପଡ଼ା ଥାନା ମାମଲା କେସ୍ ନଂ-35, ତା. 19.01.2026 ଧାରା 276/277/278/111(2) BNS ଶ ଅଭିଯୁକ୍ତମାନେ:
1.ରାମା @ ପ୍ରଭାତ ଜେନା (34), ପିତା ସ୍ୱର୍ଗତ ଯୋଗେନ୍ଦ୍ର ଜେନା, ଗଜପତିନଗର, ପି.ଏସ୍ – କୁମ୍ଭାରପଡ଼ା, ପୁରୀ। 2. ପ୍ରତାପ କୁମାର ହାତି (43), ପିତା ଈଶ୍ୱର ହାତି, ଅବକାଶ ଲେନ୍‌, ପି.ଏସ୍ – କୁମ୍ଭାରପଡ଼ା, ପୁରୀ।

image
image


ତାରିଖ 19.01.2026 ରେ ବିଶ୍ୱସନୀୟ ସୂଚନା ଆଧାରରେ କୁମ୍ଭାରପଡ଼ା ପୋଲିସ୍‌ ପକ୍ଷରୁ ଅବକାଶ ଲେନ୍‌, ପୁରୀ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କ ପାଖରୁ 370 ବୋତଲ ESKUF କଫ୍ ସିରପ, 2ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ Scooty (ନଂ-OD 13 C 8682) ଜବତ କରାଯାଇଥିଲା।
ପୋଲିସ୍‌ ତଦନ୍ତରେ ପ୍ରକାଶ ପାଇଛି ଯେ ଅଭିଯୁକ୍ତମାନେ ସଂଗଠିତ ଭାବରେ କଫ୍ ସିରପକୁ ଅପମିଶ୍ରଣ କରି ନିଶାସକ୍ତ ବ୍ୟକ୍ତିମାନଙ୍କୁ ବିକ୍ରି କରୁଥିଲେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟକୁ ପଠାଯାଇଛି କରାଯାଇଛି।
ପୂର୍ବ ଅପରାଧିକ ଇତିହାସ (ରାମା @ ପ୍ରଭାତ ଜେନା):

  1. କୁମ୍ଭାରପଡ଼ା ପି.ଏସ୍. କେସ୍ ନଂ-179/05.06.2021, ଧାରା – 274/275/276 IPC / 13 Drugs & Cosmetics Act.
  2. ଟାଉନ୍ ପି.ଏସ୍. କେସ୍ ନଂ-17/26.01.2020, ଧାରା – 274/275/34 IPC / 13/27 Drugs & Cosmetics Act.
  3. ଟାଉନ୍ ପି.ଏସ୍. କେସ୍ ନଂ-31/11.02.2026, ଧାରା – 420/294-A/34 IPC / 4/5 PCMC Act.

ପୁରୀ ପୋଲିସ୍‌ର ଆହ୍ୱାନ କରୁଛି କି ପୁରୀ ଜିଲ୍ଲାରେ ମାଦକଦ୍ରବ୍ୟ ଓ ଅବୈଧ କଫ୍ ସିରପ ବ୍ୟବସାୟ ବିରୋଧରେ ପୋଲିସ୍‌ର କଠୋର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ସାଧାରଣ ନାଗରିକମାନଙ୍କୁ ଏପରି ଅବୈଧ କାର୍ଯ୍ୟକଳାପ ସମ୍ପର୍କରେ ୧୧୨ରେ ସୂଚନା ଦେଇ ପୋଲିସ୍‌କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply