ପୁରୀ,୨୧/୧/୨୦୨୬ – ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ “ ସୁଧା ” ମିଳିତ ଅନୁକୁଲ୍ୟରେ ପୁରୀ ଛଇତନା ହରିଶ୍ଚନ୍ଦ୍ର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମବାର୍ଷିକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ମହାନ୍ତି ସଭାପତିତ୍ଵ କରିଥିଲେ ଏବଂ ଶାରଦା ପ୍ରସନ୍ନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ରାଷ୍ଟ୍ରିୟ ଅଖଣ୍ଡତା ଐକ୍ୟ, ଏକତା ଏବଂ ସାର୍ବଭୌମତ୍ୱ, ନାରୀଶିକ୍ଷା, ନାରୀ ଶଶକ୍ତିକରଣ ଏବଂ ଶ୍ୟାମପ୍ରସାଦଙ୍କ ଭକ୍ତି ଏକ ଦେଶ, ଏକ ପ୍ରଧାନ, ଏକ ଦେଶ, ଏକ ବିଧାନ ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଦେଶର ଏକ ସୁନାଗରିକ ଭାବରେ ଗଢି ତୋଳିବାରେ ସହାୟକ ହେବ । ଏହି ଅବସରରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ତ୍ୟାଗପୁତ ଜୀବନ ଏବଂ ସମାଜ ସଂସ୍କାର କାର୍ଯ୍ୟାବଳୀ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଛାତ୍ରଛାତ୍ରୀମାନଙ୍କୁ ପରସ୍କାର ବିତରଣ କରାଯାଇଥିଲା । ଏହି ଉତ୍ସବକୁ “ସୁଧା” ର
ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ ।
ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମବାର୍ଷିକ ପାଳିତ,











