ନୟାଗଡ଼,ତା -୨୧.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଖେଳ ପଡିଆ ଠାରେ ୭୮୬ ୟୁଥ୍ କ୍ଳବ୍ ସିନ୍ଦୂରିଆ ଆନୁକୂଲ୍ୟରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ୩ୟ ଦିବସର ଖେଳ ବେଶ୍ ରୋମାଞ୍ଚ ପୂର୍ଣ୍ଣ ହୋଇଥିଲା। ଦୁଇ ନାମୀ ଦାମୀ ଫୁଟବଲ ଦଳ ଓଡ଼ିଶା ପୋଲିସ କଟକ ଏବଂ ସିଟୁ ଫୁଟବଲ କ୍ଳବ୍ କାଶ୍ମୀର ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଖେଳ ସଂଘର୍ଷ ପୂର୍ଣ୍ଣ ହୋଇଥିଲା। ମୁଖ୍ୟ ରେଫରୀ ଭାବେ ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ରେଫରୀ ରାଜୁ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ସହାୟତା କରିଥିଲେ ପ୍ରସନ୍ନ ନାୟକ ଓ ସରୋଜ ମହାରଣା । ଜ୍ୟୋତି ରଞ୍ଜନ ସ୍ବାଇଁ ୪ର୍ଥ ରେଫରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଅତିଥି ଭାବେ ନୟାଗଡ଼ ବ୍ଳକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଧର ପ୍ରଧାନ, ଏସ କେ ସଦୁରୁଦିନ ଅବସର ପ୍ରାପ୍ତ ନାଭାଲ ଅଫିସର , ଜୟନ୍ତ ବେହେରା ପୂର୍ବତନ ଫୁଟବଲ ଖେଳାଳି, ଭିକାରୀ ଖଣ୍ଡାୟତ, ଦୟନ୍ ଖାଁ, ବୈଦ୍ୟ ଭୂଷଣ ମହାପାତ୍ର ସାମ୍ବାଦିକ ଭବନ ସଭାପତି ପ୍ରମୁଖ ଯୋଗ ଦେଇଥିଲେ।

ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଏକ ନୂତନ ଆକର୍ଷଣୀୟ ରୂପରେଖ ପାଇଥିବା ଏହି ପଡିଆ ଉଭୟ ଖେଳାଳି ଓ ଦର୍ଶକଙ୍କ ଦ୍ଵାରା ବେଶ୍ ପ୍ରଶଂସା ଲାଭ କରିଛି। ଖେଳରେ ଦର୍ଶକ ପଡିଆ ଚାରିପଟେ ଖୁବ୍ ଭିଡ ଜମାଇଥିଲେ ଏବଂ ଖେଳକୁ ଉପଭୋଗ କରିଥିଲେ। ସାମ୍ବାଦିକ

ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ। ୭୮୬ ୟୁଥ୍ କ୍ଳବର ସଭାପତି ଶେଖ୍ ୟୁସୁଫ୍ ,ସମ୍ପାଦକ ଅନୱର ଅଲ୍ଲୀ, ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ସୁବାସ କହଁର , ସରିଫ୍ ଖାଁ, ମୁସିରୁଦ୍ଦିନ ଖାଁ (ଇଲୁ), ଶେଖ୍ ନଈମ୍ , ରାଜା ପଠାନ୍ ପ୍ରମୁଖ ଉପସ୍ଥିତ ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଶେଷରେ ଓଡ଼ିଶା ପୋଲିସ ଦଳ ୩ – ୧ ଗୋଲ୍ ରେ ବିଜୟୀ ହୋଇଥିଲା। କାଶ୍ମୀର ଦଳର ୧୩ ନମ୍ବର ଖେଳାଳି ଆକ୍ୟୁବ ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ଓଡ଼ିଶା ପୋଲିସ ଦଳର ୧୬ ନମ୍ବର ଖେଳାଳି ଆନନ୍ଦ ସୋରେନ ବେଷ୍ଟ ସ୍କୋରର ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।











