କାକଟପୁର ତା ୨୫/୧, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ଦଶମ ଶ୍ରେଣୀର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ୱାଇଁ ଗତ କିଛି ଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଥିବାବେକେ ଏ ସମ୍ପର୍କ ରେ ଖବର ପାଇ ପାରାଦ୍ୱୀପରେ ଅବସ୍ଥାନ କରୁଥିବା ଷ୍ଟାର ୱାନ ସିକ୍ୟୁରିଟିର ପରିଚାଳନା ନିର୍ଦ୍ଦେଶକ ତଥା ଅସ୍ତରଙ୍ଗ ବ୍ଲକ ପାଇଖଳା ଗ୍ରାମର ଯୁବ ସମାଜସେବୀ ସୁମନ୍ତ କୁମାର ସ୍ୱାଇଁ ରବିବାର ସନ୍ଧ୍ୟାରେ ଅସୁସ୍ଥ ସତ୍ୟପ୍ରକାଶଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ତାଙ୍କ ପିତାମାତାଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ l ସତ୍ୟପ୍ରକାଶ ଙ୍କ କିଡ଼ନୀ ପ୍ରତିରୋପଣ ପାଇଁ ବିପୁଳ ଅର୍ଥ ଆବଶ୍ୟକ ଥିବାବେଳେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ବାପା ପଞ୍ଚାନନଙ୍କ ପକ୍ଷରେ ଏତେ ଗୁଡିଏ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ l ତେଣୁ ମେଧାବୀ ଛାତ୍ରର ଜୀବନ ରକ୍ଷା ପାଇଁ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାର ତୁରନ୍ତ ଆବଶ୍ୟକ ଅର୍ଥ ସାହାଯ୍ୟ କରିବାପାଇଁ ଯୁବ ସମାଜ ସେବୀ ଶ୍ରୀଯୁକ୍ତ ସୁମନ୍ତ କୁମାର ସ୍ୱାଇଁ, ବାପା ପଞ୍ଚାନନ ଏବଂ ମା ରଞ୍ଜୁବାଳା ସ୍ୱାଇଁ ଆକୁଳ ନିବେଦନ କରିଛନ୍ତି l ସତ୍ୟପ୍ରକାଶଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ସେ କିଡ଼ନୀ ରୋଗରେ ଆକ୍ରାନ୍ତ ସହ ଗୋଟିଏ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି, ଯାହାଦ୍ୱାରା ସେ ସମ୍ପୂର୍ଣ ଶଯ୍ୟାଶାୟୀ ହୋଇପଡିଛନ୍ତି l ଭଲ ପାଠପଢି ଭବିଷ୍ୟତରେ ଭଲ ଚାକିରୀ କରି ଗରିବ ବାପା ମାଆଙ୍କର ଦୁଃଖ ଲାଘବ ପାଇଁ ସ୍ବପ୍ନ ଦେଖୁଥିବା ସତ୍ୟପ୍ରକାଶ ଏବେ ବାପାମାଆ ଙ୍କ ପାଇଁ ଯେମିତି ବୋଝ ପାଲଟିଯାଇଛନ୍ତି l ସେ ଜୀବନ ଯନ୍ତ୍ରଣାରେ ଘୁମୁରିଘୁମୁରି କାନ୍ଦିବା ବ୍ୟତୀତ ସତେଯେମିତି ଆଉ କିଛି ବାଟ ନାହିଁ l ସତ୍ୟପ୍ରକାଶ ପୁଣି ସୁସ୍ଥ ହୋଇ ପାଠପଢିବା ସହ ନିଜ ସ୍କୁଲ ସାଙ୍ଗସାଥୀଙ୍କ ଗ୍ରହଣକୁ ଫେରି ସ୍ୱାଭାବିକ ଜୀବନ ବଞ୍ଚିବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି l
କିଡ଼ନୀ ରୋଗରେ ଆକ୍ରାନ୍ତ ମେଧାବୀ ଛାତ୍ର ଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବ୍ୟବସାୟୀ ସୁମନ୍ତ ସ୍ୱାଇଁ











