ନୟାଗଡ଼,ତା-୨୫.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ନୟାଗଡ ବ୍ଲକର ଜାତୀୟ ସେବା ସଂସ୍ଥା ବହୁମୁଖୀ ଶିକ୍ଷା ନିକେତନ, ନବଘନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରାଜେଶ ପ୍ରଧାନ ଛତିଶଗଡରେ ହେବାକୁ ଥିବା ବିଦ୍ୟାଳୟ ସ୍ତରର ଜାତୀୟ ସଫ୍ଟବଲ (ବାଳକ ବିଭାଗ) ପାଇଁ ମନୋନୀତ ହୋଇଥିବା କ୍ରୀଡ଼ା ଶିକ୍ଷକ ନୃସିଂହ ଚରଣ ଜେନା ଜଣାଇଛନ୍ତି | ସେ ଓଡିଶା ତରଫରୁ ଖେଳିବାକୁ ଥିବାବେଳେ ତାଙ୍କର ସଫଳତା ପାଇଁ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ, ବିଇଓ ଉମାକାନ୍ତ ସେଠୀ, ଡିପିଓ ଅନିଲ କୁମାର ଦାସ, ବ୍ଲକ କ୍ରୀଡ଼ା ସମ୍ପାଦକ ଉମାକାନ୍ତ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି | ପ୍ରକାଶ ଯେ ୨୦୨୫ରେ ଏହି ବିଦ୍ୟାଳୟରୁ ଫୁଟବଲ, ସଫ୍ଟବଲ ଓ କ୍ରିକେଟ ଖେଳରେ ରାଜ୍ୟ ସ୍ତରରେ ୩୩ଜଣ ଓ ଜାତୀୟ ସ୍ତରରେ ୩ଜଣ ଭାଗନେଇଥିଲେ |
ଜାତୀୟ ଓ ରାଜ୍ୟ ସ୍ତରୀୟ କ୍ରୀଡାରେ ନବଘନପୁର ଛାତ୍ରଛାତ୍ରୀମାନଙ୍କ କୃତୀତ୍ୱ।











