Home / ମୁଖ୍ୟ ଖବର / ଶ୍ରୀ ସଦାଶିବ ପରିସରରେ ଚତୁର୍ଥ ଅଖିଳ ଭରତୀୟ ରୂପକ ମହୋତ୍ସବ ଉଦ୍‌ଘାଟିତ

ଶ୍ରୀ ସଦାଶିବ ପରିସରରେ ଚତୁର୍ଥ ଅଖିଳ ଭରତୀୟ ରୂପକ ମହୋତ୍ସବ ଉଦ୍‌ଘାଟିତ

whatsapp image 2026 01 24 at 9.15.51 pm

​ପୁରୀ, ୨୪ ଜାନୁଆରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀ ସଦାଶିବ ପରିସରଠାରେ ଚତୁର୍ଥ ଅଖିଳ ଭରତୀୟ ରୂପକ ମହୋତ୍ସବ (ପୂର୍ବ କ୍ଷେତ୍ରୀୟ) ଆଜି ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀନିବାସ ବରଖେଡିଙ୍କ ପୃଷ୍ଠାପୋଷକରେ ଅନୁଷ୍ଠିତ ହୋଇଯାଇଛି। ପରିସରର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍‌ଘାଟନୀ ସମାରୋହରେ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ସଂସ୍କୃତ ନାଟକ ଓ ରୂପକର ପରମ୍ପରା ଉପରେ ଗୁରୁତ୍ୱାରୋପ କରିଥିଲେ।

image
image

ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ସଂଗୀତ ନାଟକ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଯୋଗଦେଇ କହିଥିଲେ ଯେ, “ରୂପକ ବା ସଂସ୍କୃତ ନାଟକ କେବଳ ମନୋରଞ୍ଜନ ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି ଓ ନୈତିକ ମୂଲ୍ୟବୋଧର ସାରତତ୍ତ୍ୱ। ଏହି ମହୋତ୍ସବ ଯୁବ ପିଢ଼ିଙ୍କୁ ପ୍ରାଚୀନ କଳା ସହ ଯୋଡ଼ିବାରେ ଏକ ସେତୁ ସଦୃଶ କାର୍ଯ୍ୟ କରିବ।” ​ସମ୍ମାନିତ ଅତିଥି ଭାବେ ପୁରୀର ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ଶ୍ରୀକ୍ଷେତ୍ର ପରି ପବିତ୍ର ଭୂମିରେ ଏଭଳି ଜାତୀୟ ସ୍ତରର କାର୍ଯ୍ୟକ୍ରମ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାରରେ ସହାୟକ ହେବ। ଅଧ୍ୟକ୍ଷତା ଅଭିଭାଷଣରେ ପ୍ରଫେସର ପ୍ରଭାତ କୁମାର ମହାପାତ୍ର କହିଥିଲେ ଯେ, ରୂପକ ମାଧ୍ୟମରେ ସଂସ୍କୃତର ଜୀବନ୍ତ ରୂପକୁ ଅତି ସହଜରେ ଜନମାନସରେ ପହଞ୍ଚାଯାଇପାରିବ।

​ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଡକ୍ଟର ବଦ୍ରୀନାଥ ମିଶ୍ରଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦୀପ ପ୍ରଜ୍ବଳନ ପରେ ବିଶ୍ୱବିଦ୍ୟାଳୟର କୁଳଗୀତ ଓ ବନ୍ଦେ ମାତରଂ ଗାନ କରାଯାଇଥିଲା। ଡକ୍ଟର ଜ୍ଞାନେଶ ଉପାଧ୍ୟାୟ ମଙ୍ଗଳାଚରଣ ପାଠ କରିଥିବା ବେଳେ କାର୍ଯ୍ୟକ୍ରମର ସହ ସମନ୍ୱୟକ ଡକ୍ଟର ଜିତେନ୍ଦ୍ର ରାୟଗୁରୁ ପ୍ରସ୍ତାବନା ଉପସ୍ଥାପନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ ସଂଯୋଜକ ଡକ୍ଟର ବିଶ୍ୱନାଥ ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସମନ୍ୱୟକ ପ୍ରଫେସର ଶମ୍ଭୁନାଥ ମହାଳିକ, ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡକ୍ଟର ସୁଶାନ୍ତ କୁମାର ରାୟl

​ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ପୂର୍ବ ଭାରତର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଯଥା: ​ସୀତାରାମ ବୈଦିକ ସଂସ୍କୃତ ମହାବିଦ୍ୟାଳୟ, କୋଲକାତା ​କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଏକଲବ୍ୟ ପରିସର, ଅଗରତାଲା ​ରାଧାମାଧବ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ, ମଣିପୁର ​ଲକ୍ଷ୍ମୀଦେବୀ ସାରାଫ ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ, ଦେଓଘର (ଝାରଖଣ୍ଡ) ​କାଳିଆଚକ ବିକ୍ରମକିଶୋର ଆଦର୍ଶ ସଂସ୍କୃତ ମହାବିଦ୍ୟାଳୟ, କଲିକତାର କଳାକାରଗଣ ଯୋଗଦେଇ ନାଟକ ପରିବେଷଣ କରିବେ l ଆଜି ପ୍ରଥମ ଦିବସରେ ଶ୍ରୀ ସଦାଶିବ ପରିସରର ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ପୂର୍ବ ରଙ୍ଗ’ ପ୍ରସ୍ତୁତ କରାଯାଇଥିଲା। ଏହାପରେ କୋଲକାତାର ସୀତାରାମ ବୈଦିକ ସଂସ୍କୃତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ‘ଶ୍ରମ ଫଳମ୍’ ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଥିରେ ସହଯୋଗ କରିଥିଲେ ଅଧ୍ୟାପକ ଡକ୍ଟର ସୁବ୍ରତ କୁମାର ଷଡ଼ଙ୍ଗୀ, ଡକ୍ଟର ସନ୍ଦୀପ ଚାଟ୍ଟାର୍ଜୀ ଓ ଡକ୍ଟର ମିଥୁନ କୁମାର ଶତପଥୀ l ମହୋତ୍ସବର ଅନ୍ତିମ ଦିନରେ ଅଭିଜ୍ଞ ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ନାମ ଘୋଷଣା କରାଯିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply