Home / ମୁଖ୍ୟ ଖବର / ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳା କ୍ଳବ୍ କଟକ ସେମି ଫାଇନାଲରେ।

ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳା କ୍ଳବ୍ କଟକ ସେମି ଫାଇନାଲରେ।

whatsapp image 2026 01 23 at 9.20.34 pm

ନୟାଗଡ଼,ତା ୨୩.୦୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ସର୍ବ ଭାରତୀୟ ନୟାଗଡ଼ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ଉତ୍କଳ ସ୍ପୋର୍ଟିଁ ଜଟଣୀ ଏବଂ ମଙ୍ଗଳା ଏଫ୍ ସି କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ କଟକ ଦଳ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୬ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ପବିତ୍ର ଆଉ ଏକ ଗୋଲ୍ ଦେଇ ଥିଲେ। କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ

image
image

ଏକ ଗୋଲ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚରେ ସମାଜସେବୀ ଇରାନୀ ରାୟ , ସମାଜସେବୀ ମମତାଜ୍ ବେଗମ୍ , ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲେ। ଏଥି ସହିତ ଲାଇନରେ ରେଫରୀ ପ୍ରସନ୍ନ ନାୟକ,ସରୋଜ ମହାରଣା ଓ ଜ୍ୟୋତି ପ୍ରକାଶ ସ୍ବାଇଁ ୪ ନମ୍ବର ରେଫରୀ ଭାବେ କାର୍ଯ୍ୟ

image
image

କରିଥିଲେ। ୭୮୬ ୟୁଥ୍ କ୍ଳବର ସଭାପତି ଶେଖ୍ ୟୁସୁଫ, ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ଶରିଫ ଖାଁ, ଶେଖ୍ ନଇମ୍ , ସମ୍ପାଦକ ଅନୱର୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ।ମୋଟାମୋଟି ଭାବେ ଖେଳ ଏକ ତରଫା ହୋଇଥିଲା ଏବଂ( ୫- ୦ ) ଗୋଲରେ ମଙ୍ଗଳା କ୍ଳବ୍ କଟକ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି । ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଙ୍ଗଳା କ୍ଳବ୍ କଟକ ଦଳର ୮ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଲାଭ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply