Home / ମୁଖ୍ୟ ଖବର / ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ ପ୍ରାଙ୍ଗଣରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

whatsapp image 2026 01 27 at 2.16.08 pm

ନୟାଗଡ଼,ତା-୨୬.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଖଲି ସାହୁ ଦୀପ ପ୍ରଜ୍ବଳନ କରି ମା ଶାରଦାଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ। ଶ୍ରୀ ସାହୁ ମହୋଦୟ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ ସହ ସାଧାରଣତନ୍ତ୍ର ଦିବସର ମହତ୍ୱ ବର୍ଣ୍ଣନା କରିଥିଲେ। ସଂପ୍ରତି ଚିନ୍ତାଶୀଳ ଯୁବସମାଜ, ଅନ୍ୟାୟ, ଶୋଷଣମୁକ୍ତ ବିକଶିତ ରାଷ୍ଟ୍ରର ନବ ନିର୍ମାତା ବିଭିନ୍ନତା ମଧ୍ୟରେ ଏକତା

image
image

ସାମ୍ବିଧାନିକ ନିୟମକୁ ହୃଦବୋଧ କରି ଭାରତୀୟ ଏକତାକୁ ବଜାୟ ରଖିବା, ଭାରତକୁ ବିଶ୍ୱ ଗୁରୁ ଆସନରେ ଆସୀନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ଆବଶ୍ୟକ। ଉକ୍ତ ଉତ୍ସବରେ ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି, ପ୍ରଶାସକ ଭଗବାନ ସାହୁ, ଶ୍ରୀଯୁକ୍ତ ଡ଼ଃ ଉମାକାନ୍ତ ତ୍ରିପାଠୀ, ଶ୍ରୀଯୁକ୍ତ ଡ଼ଃ କୃପାସିନ୍ଧୁ କରଣ ଉପସ୍ଥିତ ଥିଲେ। ପ୍ରଧାନଚାର୍ଯ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଡ଼ଃ ଉମାକାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଶାସନିକ କର୍ମକର୍ତ୍ତା, ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା ସମସ୍ତଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply