Home / ମୁଖ୍ୟ ଖବର / ପୁରୀ ଜିଲ୍ଲା ବିଜେପିରେ ଶୃଙ୍ଖଳା ରକ୍ଷା କରିବାକୁ ନୂଆ କମିଟି -ସୁଶାନ୍ତ ସ୍ୱାଇଁ(ଟୁଲୁ)ହେଲେ ଶୃଙ୍ଖଳା କମିଟି ସଚିବ

ପୁରୀ ଜିଲ୍ଲା ବିଜେପିରେ ଶୃଙ୍ଖଳା ରକ୍ଷା କରିବାକୁ ନୂଆ କମିଟି -ସୁଶାନ୍ତ ସ୍ୱାଇଁ(ଟୁଲୁ)ହେଲେ ଶୃଙ୍ଖଳା କମିଟି ସଚିବ

whatsapp image 2026 01 27 at 8.18.55 pm

ଗୋପ, ୨୬ ଜାନୁଆରୀ: ଭାରତୀୟ ଜାନତା ପାର୍ଟି (ବିଜେପି)ର ପୁରୀ ଜିଲ୍ଲା ସଂଗଠନରେ ଅନୁଶାସନ ଓ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଜିଲ୍ଲା ସଭାପତି ଡ଼. ଦେବେନ୍ଦ୍ରନାଥ ତରେଇଙ୍କ ଅନୁମୋଦନ କ୍ରମେ ଏକ ୬ ଜଣିଆ ଶୃଙ୍ଖଳା କମିଟି ଗଠିତ ହୋଇଛି। ଦଳ ଭିତରେ ଶୃଙ୍ଖଳାଭଙ୍ଗ ଓ ଅନୁଶାସନହୀନତା ନେଇ ଆସୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଏହି କମିଟି ଗଠନକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଗଠନାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।

ନୂଆ କମିଟିରେ ନାରାୟଣ ପତ୍ରଙ୍କୁ ଅଧ୍ୟକ୍ଷ, ରତିକାନ୍ତ ମିଶ୍ରଙ୍କୁ ଉପାଧ୍ୟକ୍ଷ, ପ୍ରସନ୍ନ କୁମାର ଦେଲାଇଙ୍କୁ ଉପ-ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ରଞ୍ଜିତ ରାଉତରାୟ ଓ ଦାଶରଥି ପରିଡ଼ାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। କମିଟିର ସଚିବ ଭାବେ ସୁଶାନ୍ତ ସ୍ୱାଇଁଙ୍କ ନିଯୁକ୍ତିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ନିଷ୍ପତ୍ତି ଭାବେ ଗଣାଯାଉଛି।

ସୁଶାନ୍ତ ସ୍ୱାଇଁ ଦଳରେ ଜଣେ ଅଭିଜ୍ଞ, ଶୃଙ୍ଖଳାପରାୟଣ ଓ ସଂଗଠନନିଷ୍ଠ କାର୍ଯ୍ୟକର୍ତ୍ତା ଭାବେ ପରିଚିତ। ସେ ରାଜନୈତିକ ଜୀବନ କାଳରେ ପୂର୍ବରୁ ଜିଲ୍ଲା ସାଧାରଣ ସମ୍ପାଦକ, ଗୋପ ପଞ୍ଚାୟତର ସରପଞ୍ଚ, ବୁଥ ସଭାପତି, ଯୁବମୋର୍ଚ୍ଚା ସମ୍ପାଦକ ଏବଂ ମଣ୍ଡଳ ସଭାପତି ଭାବେ ଦାୟିତ୍ୱ ନିଷ୍ଠାର ସହିତ ପାଳନ କରିଆସିଛନ୍ତି।

ଜିଲ୍ଲା ସାଧାରଣ ସମ୍ପାଦକ ଥିବା ସମୟରେ ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ନିଜ ଭାଇ ପ୍ରଶାନ୍ତ ସ୍ୱାଇଁ (ବର୍ତ୍ତମାନ ରାଜ୍ୟ ସମ୍ପାଦକ, ବିଜେପି କୃଷକ ମୋର୍ଚ୍ଚା)ଙ୍କୁ ଦଳ-ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରିବା ନଜିର ତାଙ୍କର ନୀତିଗତ ଦୃଢ଼ତା ଓ ଦଳ ପ୍ରତି ଅଟୁଟ ନିଷ୍ଠାର ସ୍ପଷ୍ଟ ପ୍ରମାଣ ଭାବେ ଦଳ ମଧ୍ୟରେ ଉଲ୍ଲେଖ ହେଉଛି।

ରାଜନୈତିକ ମହଲରେ ଚର୍ଚ୍ଚା ଅନୁଯାୟୀ, ନିକଟରେ ବିଜେପିରେ ଯୋଗଦେଇଥିବା ସମୀର ଦାଶଙ୍କ ଦ୍ୱାରା ହେଉଥିବା କଥିତ ଦଳ-ବିରୋଧୀ କାର୍ଯ୍ୟକଳାପ ପ୍ରତି ଏହି ଶୃଙ୍ଖଳା କମିଟି କଡ଼ା ନଜର ରଖିବ। ସୁଶାନ୍ତ ସ୍ୱାଇଁଙ୍କୁ ସଚିବ ଭାବେ ଘୋଷଣା କରାଯିବା ପରେ ସମୀର ଦାଶଙ୍କ ସମର୍ଥକ ମହଳରେ ଚିନ୍ତା ବଢ଼ିଥିବା କଥା ମଧ୍ୟ ଚର୍ଚ୍ଚିତ ହେଉଛି।

ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଏହି ଶୃଙ୍ଖଳା କମିଟି ପୁରୀ ଜିଲ୍ଲା ବିଜେପିକୁ ଅଧିକ ଏକତ୍ରିତ, ଶକ୍ତିଶାଳୀ ଓ ଶୃଙ୍ଖଳାବଦ୍ଧ ସଂଗଠନ ଭାବେ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply