ସାକ୍ଷୀଗୋପାଳ: ୨୮/୦୧/୨୦୨୬ – ମନ୍ଦିର ଏକାଦଶୀ ପାଳିଆ କମିଟି ଆନୁକୂଲ୍ୟରେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଚାଲିଥିବା ତିନି ବ୍ୟାପି ଶ୍ରୀମଦ୍ ଭାଗବତ ପାଠ ଓ ପ୍ରବଚନ ବୁଧବାର ଶେଷ ହୋଇଛି। ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ସତ୍ୟବାଦୀ ଦାଶ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ସଭାପତି ବିଶ୍ବନାଥ ମହାପାତ୍ର ଙ୍କ ପ୍ୟୈାରହିତରେ ଅନୁଷ୍ଠିତ ଭାଗବତ ଜ୍ଞାନଯଜ୍ଞରେ ଭଜନ, କୀର୍ତ୍ତନ ଓ ପ୍ରବଚନ ସଭାରେ ବୃନ୍ଦାବନ ରୁ ଆସିଥିବା ସନ୍ଥ ଶ୍ରୀ ଶ୍ରୀ ଦିନବନ୍ଧୁ ଦାସ ମହାରାଜ ଯୋଗଦେଇ ନିତ୍ୟ ଭାଗବତ ପାଠ, ଶ୍ରବଣ ଓ ଏକାଦଶୀ ବ୍ରତ ପାଳନ କରିବା ପ୍ରତ୍ୟେକ ଶନାତନ ଧର୍ମାବଲମ୍ବୀ ଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ପରାମର୍ଶ ଦେଇଥିଲେ। ସନ୍ଥ ଶ୍ରୀ ଶ୍ରୀ ପରମାନନ୍ଦ ଦାସ ମହାରାଜ ଭକ୍ତି ମାର୍ଗ ଅନୁସରଣ କରି ମାନବ ସମାଜ ଠାକୁରଙ୍କ ନିକଟତର ହୋଇପାରିବ ବୋଲି କହିଥିଲେ। ସେହିପରି କଳିଯୁଗରେ ନାମ ମହିମା ର ସଫଳତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ପଣ୍ଡିତ ଟୁକୁନା କର। କମିଟିର ସଦସ୍ୟା ରବିନ୍ଦ୍ରନାଥ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ସମ୍ପାଦକ ଲୋକନାଥ ବାରିକ ପରିଚାଳନା କରିଥିଲେ। ଏହି ଅବସରରେ ୧୧ ଜଣ ବୟଜ୍ୟୋଷ୍ଠ ଏକାଦଶୀ ପାଳିଆ ମାନଙ୍କ ମଧ୍ୟରେ ରାମଚନ୍ଦ୍ର ନନ୍ଦ, ସତ୍ୟପ୍ରିୟ ମହାପାତ୍ର, ନିରଞ୍ଜନ ମହାପାତ୍ର, ଗୋଲକ ପ୍ରଧାନ, ଅଧିକାରୀ ସାହୁ, କାର୍ତ୍ତିକ ସାହୁ, ବେଣୁଧର ବେହେରା, ଲକ୍ଷ୍ମୀଧର ଯେନା, ବଳଭଦ୍ର ରାଉତରାୟ, ବ୍ରଜ କିଶୋର ପ୍ରଧାନ ଓ ବୃନ୍ଦାବନ ଯେନାଙ୍କୁ ଅତିଥି ମାନେ ଫୁଲମାଳ, ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଶ୍ରୀମଦ୍ ଭାଗବତ ପାଠ ଓ ପ୍ରବଚନ
No Comments
January 28, 2026 2:52 pm

Previous Article
Next Article

ସତ୍ୟବାଦୀ ହାଇସ୍କୁଲ ୧୯୭୬-୭୭ ବ୍ୟାଚର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ- ୪ ସେନା କର୍ମଚାରୀ ସମ୍ବର୍ଦ୍ଧିତ
ସତ୍ୟବାଦୀ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Related Posts
ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପ ...
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ଯ ...
September 9, 2026





