Home / ମୁଖ୍ୟ ଖବର / ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ମନୋନୟନ

ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ମନୋନୟନ

untitled 1

କାକଟପୁର ତା୨୮ /୧ ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ବ୍ଳକ ଲତାହରଣ ଗ୍ରାମପଞ୍ଚାୟତ ବିଜେପି ଦଳର ପ୍ରମୁଖ ଭାବେ ଲକ୍ଷ୍ମୀଧର ସ୍ୱାଇଁ ଙ୍କୁ ମନୋନୟନ କରାଯାଇଛି l କାକଟପୁର ନିର୍ବାଚନ ମଣ୍ଡଳୀର ୬ ନମ୍ବର ଜୋନର ମଣ୍ଡଳ ସଭାପତି ରାକେଶ କୁମାର ବିଶ୍ୱାଳଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହି ମନୋନୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ l ଲକ୍ଷ୍ମୀଧର ବିଜେପି ଦଳର ଜଣେ ଯୁବସଂଗଠକ ତଥା ସମାଜସେବୀ ଭାବେ ସମଗ୍ର ବ୍ଳକ ଅଞ୍ଚଳରେ ବେଶ ଜଣାଶୁଣା l ଲତାହରଣ ଗ୍ରାମପଞ୍ଚାୟତ ପ୍ରମୁଖ ଭାବେ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ମିଳିବା ପରେ ଏନେଇ ସେଠାକାର ବିଜେପି କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି l ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ହେଲେ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସମସ୍ତ ଦଳୀୟ କର୍ମୀଙ୍କ ସହଯୋଗ ଦଳର ପ୍ରମୁଖ ଶ୍ରୀ ସ୍ୱାଇଁ ଦଳୀୟ ବୈଠକରେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply