Home / ମୁଖ୍ୟ ଖବର / ଶ୍ରଦ୍ଧାଳୁମାନଙ୍କ ଧାର୍ମିକ ଭାବନା ହେଲା ଆହତ

ଶ୍ରଦ୍ଧାଳୁମାନଙ୍କ ଧାର୍ମିକ ଭାବନା ହେଲା ଆହତ

untitled 1

ପୁରୀ: ୨୯/୧/୨୦୨୬ – ପୁରୀ ଶ୍ରୀମନ୍ଦିରରୁ ମାତ୍ର ୧୦୦ ମିଟର ଦୂରତାରେ ଏବଂ ପରିକ୍ରମା ମାର୍ଗରୁ ପ୍ରାୟ ୨୫ ମିଟର ଦୂରେ, ଲୋକନାଥ ରୋଡ଼ ଅବସ୍ଥିତ ପ୍ରତିହାରୀ ନିଯୋଗ ସମ୍ମୁଖରେ ନାଳାର ଅତ୍ୟନ୍ତ ଗନ୍ଦା ପାଣି ମୁଖ୍ୟ ରାସ୍ତା ଉପରେ ବହୁଛି। ଏହି ରାସ୍ତାଟି ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ସେବାୟତମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟବହୃତ ହେଉଛି।

ଦୁଃଖଦ ବିଷୟ ହେଉଛି, ଶ୍ରଦ୍ଧାଳୁମାନେ ନିଜ ଧାର୍ମିକ ନିୟମାନୁସାରେ ଲାଙ୍ଗଳା ପାଦରେ ଏହି ପୂତିଗନ୍ଧମୟ ନଳା ପାଣି ଭିତରୁ ଯାଇ ମନ୍ଦିରକୁ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି। ଏଥିରୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଆହତ ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଉଛି ।ଗୋଡ ଖସି ପଡିବା , ବ୍ୟାଧି ସଂକ୍ରମଣ ଓ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ଏହା ଆଉ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଏହିକି ଆସନ୍ତା କିଛି ଦିନ ମଧ୍ୟରେ ଦେଶର ରାଷ୍ଟ୍ରପତିଙ୍କ ପୁରୀ ଆଗମନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ଅଛି। ତଥାପି ନଗର ପାଳିକା ଓ ସମ୍ପୃକ୍ତ ବିଭାଗମାନଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ପୁରୀ ପରି ବିଶ୍ୱପ୍ରସିଦ୍ଧ ଧାମରେ ଏପରି ଅବ୍ୟବସ୍ଥା ପ୍ରଶାସନର ଅବହେଳାକୁ ପ୍ରକାଶ କରୁଛି ଏବଂ ରାଜ୍ୟର ପ୍ରତିଛବିକୁ କ୍ଷତିଗ୍ରସ୍ତ କରୁଛି। ସ୍ଥାନୀୟ ଲୋକ, ସେବାୟତ ଓ ଶ୍ରଦ୍ଧାଳୁମାନେ ଶୀଘ୍ର ନଳା ସଫା, ମଇଳା ପାଣି ନିକାସ ଓ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନକୁ ଦାବି କରିଛନ୍ତି, ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ସୁରକ୍ଷିତ ଓ ସମ୍ମାନଜନକ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହି ସମସ୍ୟା ର ସମାଧାନ ହେଲେ ସମସ୍ତେ ଉପକୃତ ହେବେ ଏବଂ ଭକ୍ତ ମାନେ ସୁଖଦ ଅନୁଭୂତି ନେଇ ପୁରୀରୁ ଫେରିବେ|

SPREAD YOUR LOVE WITH YOUR FRIENDS AND FAMILY

Leave a Reply