ନୟାଗଡ଼,ତା-୨୭.୧.୨୬ରିଖ- ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ଏହି ୭୭ତମ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀ ସାରଦା ପ୍ରସନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପୂର୍ଣ ଚନ୍ଦ୍ର ସାହୁ, ଉପସଭାପତି ଭବାନୀ ଶଙ୍କର ଦାସ,ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ପ୍ରମୋଦ କୁମାର ନନ୍ଦ, ଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ଜୟନ୍ତ କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟନାରାୟଣ ପ୍ରଧାନ ପୂର୍ଵତନ ବିଧାୟକ ରଣପୁର, ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଶ୍ରୀ ମୀନକେତନ ପଟ୍ଟନାୟକ, ଶ୍ରୀମତୀ ମିନି ମଞ୍ଜରୀ ଦାସ କୋଷାଧ୍ୟକ୍ଷ ଏବଂ ବ୍ରାଣ୍ଡ ଆମ୍ବାସଡ଼ର୍ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିରେ ଗଣତନ୍ତ୍ର ଦିବସ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଆନ୍ତରାଷ୍ଟ୍ରୀୟ ମାନବାଧିକାର ରକ୍ଷକ ନୟାଗଡ଼ ଶାଖାରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ ।











