Home / ମୁଖ୍ୟ ଖବର / ନୟାଗଡ଼ ନୂଆଗାଁରେ ମାଇଁ ଭୋଟ – ମାଇଁ ଭାରତ ପଦଯାତ୍ରା ।

ନୟାଗଡ଼ ନୂଆଗାଁରେ ମାଇଁ ଭୋଟ – ମାଇଁ ଭାରତ ପଦଯାତ୍ରା ।

whatsapp image 2026 01 30 at 8.59.30 am

ନୟାଗଡ଼,ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ନୂଆଗାଁରେ ମାଇଁ ଭୋଟ -ମାଇଁ ଭାରତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଓ ମାଇଁ ଭାରତ, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନୂଆଗାଁ ବିଡ଼ିଓ ଡ଼. ଅମ୍ରିତ ରାଉଳ, ତହସିଲଦାର ହେମନ୍ତ କୁମାର ନାୟକ, ନୂଆଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ସାହୁ, ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ପ୍ରମୁଖ

image
image

ଉପସ୍ଥିତ ରହି ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ l ନୂଆଗାଁ କଲେଜ ଠାରୁ ପଦଯାତ୍ରା ବାହାରି ଥାନା ପଡିଆରେ ପହଞ୍ଚିଥିଲା l ଦେଶ ବିକାଶ ସହ ଦେଶର ଗଣତନ୍ତ୍ରକୁ ସୃଦୃଢ଼ କରିବାରେ ଯୁବକ ମାନଙ୍କର ଗୁରୁ ଭୂମିକା ରହିଥିବା ବେଳେ ଯୁବ ଭୋଟର ମାନେ ନିଜର ମୂଲ୍ୟବାନ ଭୋଟ ଦେଇ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଆଗାମୀ ନିର୍ବାଚନରେ ପ୍ରଥମଥର ଭୋଟ ଦେବାକୁ ଯାଉଥିବା ନୂଆ ଭୋଟର ମାନଙ୍କୁ ଅତିଥି ମାନେ ଶୁଭେଚ୍ଛା ଜଣାଇଥିଲେ l ଏହି କାର୍ଯ୍ୟକ୍ରମକୁ ସେବା ଉତ୍ସବ ସମିତି ସଦସ୍ୟ ସୋମ୍ୟା ସ୍ୱୟଂ ପ୍ରଭା,ବର୍ଷା ପ୍ରିୟଦର୍ଶିନୀ, ସ୍ନେହା ପ୍ରିୟ ଦର୍ଶିନୀ ବାଲୁଙ୍କି ରାଉତ, ପ୍ରଶାନ୍ତ ସାହୁ, ଆଶୁତୋଷ ସାହୁ, ଅଂଶୁମାନ ସେଠି ପ୍ରମୁଖ ପରିଚାଳନା କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply