ନୟାଗଡ, ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ , ଚାହାଳୀ ଆନୁକୂଲ୍ୟରେ ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖା ” ବନ୍ଦେ ମାତରମ” ର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ପାଇଁ ଏକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଅତିଥି ମାନଙ୍କୁ ଉପଢୌକନ ଓ ବୃକ୍ଷ ଦେଇ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଛାତ୍ରୀ ଅର୍ଚ୍ଚିତା ଆଚାର୍ଯ୍ୟ “ବନ୍ଦେ ମାତରମ୍” ଗାନ କରିଥିଲେ ।

ବିଦ୍ୟାଳୟ ପଞ୍ଚସଖା ସେତୁ ସମ୍ପାଦକ ଜ୍ଞାନ ପ୍ରକାଶ ବାରିକ ଅତିଥି ପରିଚୟ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଉମାର୍ ମାଲିକ ଜାତୀୟ ଶିକ୍ଷାନୀତି – ୨୦୨୦ ର ଶିକ୍ଷା, ସଂସ୍କୃତି ଓ କୌଶଳ ମନ୍ତ୍ରକୁ ବୁଝାଇଥିଲେ ।ସଂସ୍କୃତିର ପରିଚୟ ଭାରତୀୟ ଉପମହାଦେଶ,ଜାତୀୟତାକୁ ଉଜ୍ଜୀବିତ ଉଦ୍ଦେଶ୍ୟରେ “ବନ୍ଦେ ମାତରମ୍” ର ଆବଶ୍ୟକତା ଦର୍ଶାଇଥିଲେ । ମୁଖ୍ୟ ଅତିଥି ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ସଭାପତି ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖିକା ଶ୍ରୀମତୀ ବସିରନ୍ ବିବି ଉତ୍କଳ ସମ୍ମିଳନୀର ଗଠନ ଓ ଆବଶ୍ୟକତା ତଥା ଓଡ଼ିଶା ଅସ୍ମିତାର ବାହକ ବୋଲି କହିବା ସହିତ “ବନ୍ଦେ ମାତରମ୍” ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଗୋକୁଳ କୁମାର ଷଡ଼ଙ୍ଗୀ ଛାତ୍ର ସମାଜରେ “ବନ୍ଦେ ମାତରମ୍” ଗାନରେ ଜାତୀୟତା ଜାଗ୍ରତ ଉପରେ ବର୍ଣ୍ଣନା କରିବା ସହିତ ପିଲାମାନଙ୍କୁ ଶିକ୍ଷା ଗ୍ରହଣରେ ଏକାଗ୍ରତା ରଖିବାକୁ ଉପଦେଶ ଦେଇଥିଲେ ।ବିଦ୍ୟାଳୟ ପଞ୍ଚସଖା ସେତୁର ସଭାପତି ଦିଲୀପ କୁମାର ମିଶ୍ର ଏବଂ ଅନ୍ତର୍ଯ୍ୟାମୀ ମିଶ୍ର ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କାର୍ଯ୍ୟକ୍ରମର ଉପାଦେୟତା ଉପଲବ୍ଧି କରିଥିଲେ ।ପରିଶେଷରେ ଜ୍ଞାନ ପ୍ରକାଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।











