Home / ମୁଖ୍ୟ ଖବର / ୨୫ ବର୍ଷରେ ପଦାର୍ପଣ କରିଛି ନୟାଗଡ଼ ଜୟଦୁର୍ଗା କ୍ଲବର ସ୍ମାଶ ଭଲିବଲ୍ ଟୁର୍ନାମେଣ୍ଟ ।

୨୫ ବର୍ଷରେ ପଦାର୍ପଣ କରିଛି ନୟାଗଡ଼ ଜୟଦୁର୍ଗା କ୍ଲବର ସ୍ମାଶ ଭଲିବଲ୍ ଟୁର୍ନାମେଣ୍ଟ ।

whatsapp image 2026 01 30 at 9.13.28 am

ନୟାଗଡ଼,ତା-୨୮.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ଜୟଦୁର୍ଗା କ୍ଲବ ଦ୍ୱାରା ଆୟୋଜିତ ଏକଦିବସୀୟ ସ୍ମାଶ ଭଲିବଲ୍ ଟୁର୍ନାମେଣ୍ଟ ଦୀର୍ଘବର୍ଷ ଧରି କ୍ଲବ ଦ୍ୱାରା ଏହି ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ଚାଲିଆସୁଛି l ସମସ୍ତ କ୍ଲବ ମେମ୍ବର ମାନଙ୍କ ପ୍ରଚେଷ୍ଟାରେ ୨୫ବର୍ଷରେ ପାଦଥାପିଛି ଜୟଦୁର୍ଗା କ୍ଲବ l ଏହି ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ନାମେଣ୍ଟ ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରୁ ଖେଳାଳି ଏବଂ ଏହାସହିତ ବାହ୍ୟ ରାଜ୍ୟରୁ ମଧ୍ୟ ଖେଳାଳି ମାନେ ଆସି ଖେଳିଥାନ୍ତି l ପ୍ରତ୍ୟେକ ବର୍ଷ ଜାନୁୟାରୀ ମାସ ୨୭ତାରିଖରେ ଟୁର୍ନାମେଣ୍ଟ ହୋଇଥାଏ l

image
image

୪ଟି ଟିମକୁ ନେଇ ଏକଦିବସୀୟ ଟୁର୍ନାମେଣ୍ଟରେ କଟକ, ଭଦ୍ରକ, ପୁରୀ ଏବଂ ନୟାଗଡ଼ ପକ୍ଷରୁ ଖେଳ ହୋଇଥିଲା l ଖେଳ ଅତ୍ୟନ୍ତ ମନୋହର ହୋଇଥିବାବେଳେ ଫାଇନାଲ ମ୍ୟାଚରେ ନୟାଗଡ଼ ଟିମ ସହିତ ଭଦ୍ରକ ଟିମ ମୁହାଁମୁହିଁ ହୋଇଥିଲେ ଏବଂ ପରିଶେଷରେ ନୟାଗଡ଼ ଟିମ ବିଜୟୀ ହୋଇଥିଲା l ଖେଳକୁ ମୁନିସିପାଲିଟିର ଅଧ୍ୟକ୍ଷା ନିରୁପମା ଖଟେଇ ଉଦଘାଟନ କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବରେ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର, ସତ୍ୟବ୍ରତ ପଟ୍ଟନାୟକ,ଶେଖ ୟୁସୁଫ୍ , ରାଧେଶ୍ୟାମ ମେହେତା, ପ୍ରସନ୍ନ ପ୍ରଧାନ, ଦୁର୍ଯୋଧନ ବେହେରା, ପ୍ରତାପ ବଳିୟାରସିଂ, ମାନସ ମହାପାତ୍ର, ଜ୍ୟୋତିର୍ମୟୀ ପଟ୍ଟନାୟକ, ନୀଳମାଧଵ ପଣ୍ଡା, ରମାକାନ୍ତ ପଟ୍ଟନାୟକ, ପ୍ରିୟରଞ୍ଜନ ସାହୁ, ଜନ୍ମେଜୟ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ l କ୍ଲବର ରୋପ୍ୟ ଜୟନ୍ତୀ ପାଳନ ଅବସରରେ ପୁରାତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯେଉଁଥିରେ ହାଡିବନ୍ଧୁ ଜେନା, ରବୀନ୍ଦ୍ର ଜେନା, ଜୟନ୍ତ ମିଶ୍ର, ଦୁର୍ଯୋଧନ ଜେନା, ବାଦଲ ଷଡ଼ଙ୍ଗୀ, ସତ୍ୟବାଦୀ ଜେନା, ବିରୁପାକ୍ଷ ମିଶ୍ର, ସୁଶାନ୍ତ ଜେନା, ଉମାକାନ୍ତ ନାୟକ, ପ୍ରମୋଦ ବାରିକ, ବିକ୍ରମ ପରିଡା, ଭୀମସେନ ମହଲ ଉପସ୍ଥିତ ରହିଥିଲେ l ଆଗାମୀ ଦିନରେ ଏହି ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟକୁ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ କରିବା ପାଇଁ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ପକ୍ଷରୁ ପ୍ରତିଶୃତି ଦିଆଯାଇଛି l ଅନ୍ତର୍ଯ୍ୟାମୀ ଲେଙ୍କା, ଅନ୍ତର୍ଯ୍ୟାମୀ ଜେନା ଏବଂ ବିଶ୍ୱରଂଜନ ବେହେରା ଖେଳ ପରିଚାଳନା କରିଥିଲେ। ଶେଷରେ ସମ୍ପାଦକ ରବୀନ୍ଦ୍ର କୁମାର ଜେନା ଧନ୍ୟବାଦ ଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply