Home / ମୁଖ୍ୟ ଖବର / ବାସେଳି ସାହି ବସତିରେ ହିନ୍ଦୁ ସମ୍ମିଳନୀ

ବାସେଳି ସାହି ବସତିରେ ହିନ୍ଦୁ ସମ୍ମିଳନୀ

whatsapp image 2026 01 30 at 10.04.56 pm

ପୁରୀ – ୩0/୧/୨୦୨୬ -ହିନ୍ଦୁ ଜାଗରଣକୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଲକ୍ଷ୍ୟରେ ସନାତନ ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ ବାସେଳି ସାହିର ମୁଦୁଲି ଜାଗା ପରିସରରେ ଆୟୋଜିତ ହୋଇଥିଲା। ସମ୍ମିଳନୀର ଆରମ୍ଭ ବେଦ ପାଠ, ହନୁମାନ ଚାଳିଶା ଓ ନାମ ସଂକୀର୍ତ୍ତନର ମହତ୍ତ୍ୱର ଆଲୋଚନା ସହିତ ହୋଇଥିଲା। ମୁଖ୍ୟ ଅତିଥି: ଶ୍ରୀ ଉମାଶଙ୍କରଜୀ ମହାରାଜ କହିଲେ ସତସଙ୍ଗ କଲେ ଆମର ବିବେକ ଜାଗ୍ରତ ହେବ ଏବଂ ବିବେକ ଜାଗ୍ରତ ହେଲେ ଜୀବନ ସୁନ୍ଦର, ସଫଳ ହେବ ଏବଂ ସମାଜ ସଂଗଠିତ ହେବ। ସେ କହିଲେ ଯେ ବର୍ତମାନ ବିବାହ, ବ୍ରତଘର ଆଦି ଭୋଜିରେ ନିରାମିଷ ଖାଦ୍ୟ ଓ ମହାପ୍ରସାଦ ସେବନ କରିବାପରେ ଏକ ସ୍ଥାନରେ ହାତ ଧୁଆ ହେଉଛି ଯାହା ମହାପ୍ରସାଦର ଅବମାନନା ହେଉଛି।

whatsapp image 2026 01 30 at 10.04.55 pm
whatsapp image 2026 01 30 at 10.04.55 pm

ସମ୍ମାନିତ ଅତିଥି: ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ବତୀ କହିଲେ ଆମ ହିନ୍ଦୁ ଧର୍ମ, ହିନ୍ଦୁ ସଂସ୍କୃତି ବିଶ୍ୱର ସର୍ବ ପୁରାତନ ଏବଂ ସର୍ବଶ୍ରେଷ୍ଠ ସଂସ୍କୃତି ଯାହା ଦିନେ ଭାରତକୁ ବିଶ୍ଵଗୁରୁ କରିଥିଲା। ମୁଖ୍ୟ ବକ୍ତା: ଡା. ତପନ ସାମଲ ସ୍ୱଦେଶୀ ଜାଗରଣ, ନାଗରିକ କର୍ତ୍ତବ୍ୟ ପାଳନ, ହିନ୍ଦୁ ଜାଗରଣର ଆବଶ୍ୟକତା, କୁଟୁମ୍ବ ପ୍ରବନ୍ଧନ, ସାମାଜିକ ସମରସତା ଓ ପରିବେଶ ସୁରକ୍ଷା ବିଷୟରେ ଉଦବୋଧନ ଦେଇଥିଲେ। ସେମାନେ ମାନବତାକୁ ହିନ୍ଦୁ ଚିନ୍ତନର ମୂଳମନ୍ତ୍ର ବୋଲି ବର୍ଣ୍ଣନା କରି, ହିନ୍ଦୁର ଅନ୍ୟ ନାମ ଭାରତୀୟତା ବୋଲି ମତ ପ୍ରକାଶ କରିଥିଲେ। ସମ୍ମିଳନୀରେ ବାସେଳି ସାହି, ପଣାପ୍ରିୟା ଲେନ, ଗୋଛିକାର ଲେନ, ମିଶ୍ର ସାହି, ବିମାନବଡୁ ସାହି, ଘୋଡ଼ାବାସେଳି ସାହି, ନନ୍ଦ ସାହି, ରଥ ସାହି ଆଦି ଅଞ୍ଚଳରୁ ପ୍ରାୟ ଦୁଇଶହ ଅଧିବାସୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା ରାଜପ୍ରତିମ ମହାପାତ୍ର ଓ ଶୁଭ୍ରପ୍ରକାଶ ପଣ୍ଡା କରିଥିଲେ। ସହଯୋଗୀମାନଙ୍କ ମଧ୍ୟରେ ଜିତେନ୍ଦ୍ର ଗୋଛିକାର, ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ମଦନ ହୋତା, ଜଗନ୍ନାଥ ଦାଶ, ରାଜେଶ ନନ୍ଦ, ବୃନ୍ଦାବନ ମହାନ୍ତି, ଶଙ୍କର ଭାଇ, ଗୋପାଳ ମହାପାତ୍ର, ବାବୁନା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶେଷରେ ସମସ୍ତେ ମୁଦୁଲି ଜାଗା ମହାବୀର ମନ୍ଦିରର ପ୍ରସାଦ ସେବନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply