ପୁରୀ: ୩୧/୦୧/୨୦୨୬ – ଅଖିଳବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ କିଛିଦିନ ହେଲା ସାରା ବିଶ୍ଵରେ ଶ୍ରୀଜଗନ୍ନାଥପ୍ରାଣ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କିଛି ବର୍ଷଧରି, ଭାରତ ଓ ବିଦେଶର ବିଭିନ୍ନସ୍ଥାନରେ ଇସ୍କନ ଦ୍ଵାରା ଅସମୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାଳନକୁ ନେଇ ସର୍ବତ୍ର ଚର୍ଚ୍ଚା ଲାଗିରହିଛି । ବିଭିନ୍ନ ପ୍ରାଚୀନ ଶାସ୍ତ୍ର, ବିଶେଷ କରି ବ୍ରହ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ (ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ) ଅନୁସାରେ, ଭଗବାନ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା କେବଳ ଆଷାଢ ଶୁକ୍କ ଦ୍ବିତୀୟା ତିଥିରୁ ଆରମ୍ଭ ହୋଇ ନଅ ଦିନର ଅବଧି ରେ ସମ୍ପୂର୍ଣ୍ଣ ହୋଇଥାଏ । ଏହିଯାତ୍ରାର ତିଥ ସ୍ବୟଂ ଭଗବାନ୍ ଶ୍ରୀଜଗନ୍ନାଥଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ । ଏହି ନିର୍ଧାରିତ ସମୟର କୌଣସି ବିଚ୍ୟୁତି, ବିଶ୍ଵବାସୀଙ୍କ ପାଇଁ ପ୍ରତିକୂଳ ପରିଣାମ ଆଣିଥାଏ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି ।

ପବିତ୍ର ଶାସ୍ତ୍ର ଏବଂ ପ୍ରାଚୀନ ପରମ୍ପରାର ଉଲ୍ଲଂଘନ କରି ଇସ୍କନ ସଂଗଠନ ଦ୍ଵାରା ପରିଚାଳିତ ଏହି ଅସମୟ ରଥଯାତ୍ରାକୁ ବନ୍ଦ କରିବା ପାଇଁ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠର ପରିଗ୍ରଳନା ଦାୟିତ୍ବରେ ଥୁବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ) ପକ୍ଷରୁ ଇସ୍କନ କର୍ରୂପକ୍ଷଙ୍କୁ ପତ୍ର ଦିଆଯାଇଛି ଓ ଉଭୟପକ୍ଷର ବିଦ୍ଵାନମାନଙ୍କ ସହ ଶାସ୍ତ୍ରୀୟ ଆଲୋଚନା ମଧ୍ଯ କରାଯାଇଛି । ପରିଶେଷରେ ତା୧ ୯. ୧୦, ୨୦ ୨୫ ରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ) ର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ମାଧ୍ଯମରେ,ଇସ୍କନ ପରିଚାଳନା ପରିଷଦ କମିଶନ, ମାୟାପୁର (680) ଦ୍ବାରା ଭାରତ ବାହାରେ ଥିବା ଦେଶଗୁଡିକରେ ବର୍ଷସାରା ବିଭିନ୍ନ ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ଜାରି ରଖୁବା ଏବଂ କେବଳ ଉପରୋକ୍ତ ଶୁଭ ନଅଦିନର ଅବଧୂ ମଧ୍ଯରେ ଭାରତ ମଧ୍ଯରେ ଏହି ଯାତ୍ରା କରିବା ପାଇଁ ଚୂଡାନ୍ତ ନିଷ୍ପରି ଜଣାଇଛନ୍ତି ।
GBC ର ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ, ଇସ୍କନ ଗତ କିଛି ମାସ ଧରି ଶାସ୍ତ୍ର ଏବଂ ପରମ୍ପରାର ଉଲ୍ଲଂଘନ କରି ବିଶ୍ବର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରଦର୍ଶନ କରିଛି, ଯେପରି କି ୱାରି ସିଟି, ନାଇଜେରିଆ ( ୨ ୨ ନଭେମ୍ବର ୨୦୨୫), ତାଇପେଇ ସିଟି, ତାଇଧ୍ଵାନ ( ୨୩ ନଭେମ୍ବର ୨୦୨୫), ଧରାନ, ନେପାଳ (୬ ଡିସେମ୍ବର ୨୦୨୫), କେପ୍ ଟାଉନ୍, ଦକ୍ଷିଣ ଆଫ୍ରିକା ( ୧୩ ଡିସେମ୍ବର ୨୦୨୫), ସାବେରାଙ୍ଗ ଜୟା, ପେନାଙ୍ଗ, ମାଲେସିଆ ( ୧୩ ଡିସେମ୍ବର ୨୦୨୫), ସାନ ଜୁଆନ, ପୁଏଟ୍ରୋରିକୋ, ଆମେରିକା ( ୨ ୭ ଡିସେମ୍ବର ୨୦୨୫), ଅକଲ୍ୟାଣ, ନ୍ୟୁଜିଲ୍ୟାଣ୍ଡ ( ୧ ଜାନୁଆରି ୨୦ ୨ ୬), କୁଆଲାଲମ୍ପୁର, ମାଲେସିଆ (୩ ଜାନୁଆରି ୨୦୨୬), ମିଆମି, ଫ୍ଳୋରିଡା, ଆମେରିକା ( ୪ ଜାନୁଆରି ୨ ୦ ୨ ୬) ଏବଂ ଫୋନିକ୍ସ, ଆରିଜୋନା, ଆମେରିକା ( ୧୮ ଜାନୁଆରି ୨୦୨୬) |
ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଏକ ଜାତୀୟ ସ୍ତରୀୟ ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ସାଂସ୍କୃତିକ ସଂଗଠନ। ଯାହାର କେନ୍ଦ୍ରୀୟ କାର୍ଯ୍ୟାଳୟ ଶ୍ରୀଜଗନ୍ନାଥଧାମ ପୁରୀରେ ଅବସ୍ଥିତ । ଏହି ସଂଗଠନ ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ସଂସ୍କୃତି ଓ ପରମ୍ପରାର ଗବେଷଣା, ପ୍ରଶିକ୍ଷଣ ଏବଂ ପ୍ରଚାର ପ୍ରସାରରେ ନିୟୋଜିତ ।
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନ ପକ୍ଷରୁ ଇସ୍କନ କର୍ତ୍ତୁପକ୍ଷଙ୍କୁ ସ୍ଵତନ୍ତ୍ର ପତ୍ର ମାଧ୍ୟମରେ, ବିଶ୍ଵର ବିଭିନ୍ନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଅସମୟ ରଥଯାତ୍ରାର ପ୍ରଦର୍ଶନକୁ ଯଥାଶୀଘ୍ର ବନ୍ଦ କରିବାକୁ ଏବଂ ଶାସ୍ତ୍ର ଓ ପରମ୍ପରା ଦ୍ଵାରା ନିର୍ଦ୍ଧାରିତ ଆଷାଢ ଶୁକ୍ଲ ଦ୍ବିତୀୟା ତିଥିରୁ ଆରମ୍ଭ ହେଉଥିବା ପବିତ୍ର ନଅଦିନର ଅବଧିରେ ହିଁ ପରମେଶ୍ବର ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଯାତ୍ରା ପାଳନ କରିବାକୁ ନିବେଦନ କରାଯାଇଛି । ଏହି ପତ୍ରର ଅବିକଳ ନକଲ ପରମ ପୂଜ୍ୟପାଦ ଜଗଦ୍ଗୁରୁ
ଶଙ୍କରାଗର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜ, ଭାରତର ମାନ୍ୟବର ରାଷ୍ଟ୍ରପତି, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଭାରତର ମାନ୍ୟବର ଗୃହମନ୍ତ୍ରୀ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓଡିଶାର ମାନ୍ୟବର ରାଜ୍ୟପାଳ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ଆଇନ ମନ୍ତ୍ରୀ, ପରମପୂଜ୍ୟ ଗଜପତି ମହାରାଜା, ପୁରୀ ତଥା ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀଙ୍କନିକଟକୁ ପଠାଯାଇଛି ।
ପ୍ରତିଷ୍ଠାନ ପକ୍ଷରୁ ଆମେ ଆନ୍ତରିକ ଭାବରେ ଆଶା କରୁଛୁ ଯେ, ଇସ୍କନ କର୍ତ୍ତୁପକ୍ଷ ବିଶ୍ଵର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ଉପଯୁକ୍ତ ସମ୍ବେଦନଶୀଳତା ଓ ଶ୍ରଦ୍ଧାର ସହିତ ଏହି ବିଷୟକୁ ବିଚାର କରିବେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବମୟ ଏତିହ୍ୟକୁ ବଜାୟ ରଖିବେ ।











