Home / ମୁଖ୍ୟ ଖବର / ରାଷ୍ଟ୍ରପତି ମହୋଦୟା ଆଗମନରେ ପୁରୀରେ ସାଜସଜ୍ଜା ଏବଂ କଡାକଡି ନିୟମ

ରାଷ୍ଟ୍ରପତି ମହୋଦୟା ଆଗମନରେ ପୁରୀରେ ସାଜସଜ୍ଜା ଏବଂ କଡାକଡି ନିୟମ

whatsapp image 2026 02 02 at 6.04.21 pm

ପୁରୀ : ୦୨/୦୨/୨୦୨୬ – ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବୃଆରୀ ୩ ଓ ୪ ତାରିଖ ପୁରୀ ଗସ୍ତରେ ଆସୁଛନ୍ତି।ରାଷ୍ଟ୍ରପତି ମହୋଦୟାଙ୍କ ଆସନ୍ତା ଆଗମନକୁ ଦୃଷ୍ଟିରେ ରଖି ପୁରୀର ପବିତ୍ର ଶ୍ୱେତ ଗଙ୍ଗା ସରୋବର ପରିସରରେ ସାଜସଜ୍ଜା , ଓ ସଫାସୁତରା କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ସରୋବର ଘାଟ, ସିଢ଼ି ଓ ପରିବେଶକୁ ଆକର୍ଷଣୀୟ କରିବା ପାଇଁ ଲାଲ ଓ ସ୍ୱେତ ରଙ୍ଗରେ ପୁରାତନ ଓଡ଼ିଆ କଳାକୃତି ଓ ଆଳଙ୍କାରିକ ଡିଜାଇନ ଅଙ୍କନ କରାଯାଉଛି। ରାଷ୍ଟ୍ରପତିଙ୍କ ଦର୍ଶନ ପୂର୍ବରୁ ଶ୍ୱେତ ଗଙ୍ଗାକୁ ଆଉ ଅଧିକ ଭବ୍ୟ, ସୁନ୍ଦର ଓ ଶୁଭ୍ର ରୂପ ଦେବା ପାଇଁ ହେଉଥିବା ଏହି ପ୍ରସ୍ତୁତିକୁ ନେଇ ସ୍ଥାନୀୟ ନାଗରିକ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହେଉଛି। ଫେବୃଆରୀ ୩ ତାରିଖ ଅପରାହ୍ନ ୧୨ ଘଟିକାରୁ ୪ ତାରିଖ ଅପରାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପୁରୀ ସହର “ଡ୍ରୋନ ମୁକ୍ତ ଅଞ୍ଚଳ” ବା “ନୋ ଫ୍ଲାଇଙ୍ଗ ଜୋନ” ରାଷ୍ଟ୍ରପତି ୩ ତାରିଖରେ ପହଞ୍ଚି ପୁରୀ ଲୋକ ଭବନରେ ରାତ୍ରି ଯାପନ କରିବେ ଓ ପରଦିନ ଶ୍ବେତଗଙ୍ଗାରେ ପିଣ୍ଡଦାନ କରି,ମହାପ୍ରଭୁଙ୍କ ଦର୍ଶନ କରି ଫେରି ଯିବେ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କରାଯାଇଛି।

image

ସେଥିସହିତ ସରୋବରର ପାଣି ସଫା ରଖିବା, ଘାଟରୁ ଆବର୍ଜନା ହଟାଇବା ଓ ସମଗ୍ର ପରିସରକୁ ସ୍ୱଚ୍ଛ ଓ ସୁସଜ୍ଜିତ କରିବା ପାଇଁ ସ୍ୱଚ୍ଛତା କର୍ମୀମାନେ ଦିନ-ରାତି ନିରନ୍ତର କାର୍ଯ୍ୟରତ ଅଛନ୍ତି। ପ୍ରଶାସନର କଠୋର ନିର୍ଦ୍ଦେଶରେ ସମସ୍ତ କାମ ସମୟମାନ୍ୟରେ ସମାପ୍ତ କରିବାକୁ ଉଦ୍ୟମ ଚାଲିଛି।

ଏହାସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ “ବ୍ଲ୍ୟୁ ବୁକ୍” ଅନୁଯାୟୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପୁରୀ ସହରର ୧୦ କିମି ପରିସୀମା ଅଞ୍ଚଳକୁ “ନୋ ଫ୍ଲାଇଙ୍ଗ ଜୋନ” ବା “ଡ୍ରୋନ ମୁକ୍ତ ଅଞ୍ଚଳ” ଘୋଷଣା କରିଛନ୍ତି। ଏସ ପି ଙ୍କ ସୁରକ୍ଷା ସମ୍ପର୍କିତ ପତ୍ର ଆଧାର ରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି।

9764de60 6f26 4464 8f28 f58f59b9312f
9764de60 6f26 4464 8f28 f58f59b9312f

ଭିଭିଆଇପିଙ୍କ ପାଇଁ ସୁରକ୍ଷା ନେଇ ୩ ଫେବୃଆରୀ ଦିବା ୧୨ ଘଟିକା ଠାରୁ ୪ ଫେବୃଆରୀ ଦିବା ୧୨ ଘଟିକା ଯାଏଁ ଡ୍ରୋନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply