Home / ମୁଖ୍ୟ ଖବର / ବଜାରରେ ଚାଲିଛି ଗୁଟଖା କଳାବଜାରୀ: ଅସାଧୁ ବ୍ୟବସାୟୀ ମାଲେମାଲ

ବଜାରରେ ଚାଲିଛି ଗୁଟଖା କଳାବଜାରୀ: ଅସାଧୁ ବ୍ୟବସାୟୀ ମାଲେମାଲ

whatsapp image 2026 02 02 at 7.56.46 pm

ସାକ୍ଷୀଗୋପାଳ, ୦୨/୦୨/୨୦୨୬ : ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁଟଖା ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଜ୍ଞା ଜାରି କରାଯାଇଥିବା ପରେ ଏହାକୁ ନେଇ ଅଞ୍ଚଳରେ ଗୁଟଖାର କଳାବଜାରୀ ଜୋର ଧରିଛି।

ନିଷେଧାଜ୍ଞା ପରେ ବଜାରର ସାଧାରଣ ଦୋକାନଗୁଡ଼ିକରେ ହଠାତ୍ ଗୁଟଖା ମିଳୁନଥିବା ବେଳେ, ଏହାର ଦର ଆକାଶଛୁଆଁ ହୋଇପଡ଼ିଛି। କିଛି ନାମକରା ପାଇକାରୀ ବ୍ୟବସାୟୀ ପ୍ରଚୁର ପରିମାଣରେ ଗୁଟଖା ମଜୁତ କରି ରଖିଥିବା ନେଇ ଅଞ୍ଚଳରେ ଖୋଲାମେଳା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ, କେତେକ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମିଦାମୀ କମ୍ପାନୀର ଗୁଟଖା ଓ ପାନ ମସଲାକୁ ପୂର୍ବ ଦରଠାରୁ ଦୁଇ ଠାରୁ ତିନି ଗୁଣା ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ମିଳୁଛି। ପୂର୍ବରୁ ୫ ଟଙ୍କାରେ ବିକ୍ରି ହେଉଥିବା ଗୁଟଖା ପ୍ୟାକେଟ୍ ବର୍ତ୍ତମାନ ୧୦ ଟଙ୍କାରେ ବିକ୍ରୟ କରାଯାଉଥିବା ବେଳେ, ପୂର୍ବରୁ ମାଗଣାରେ ମିଳୁଥିବା ଜର୍ଦ୍ଦାକୁ ଅଲଗାଭାବେ ୫ ଟଙ୍କାରେ ବିକ୍ରି କରାଯାଉଛି। ଅର୍ଥାତ୍, ଗୁଟଖା ଓ ଜର୍ଦ୍ଦା ମିଶି ଯେଉଁଟି ପୂର୍ବରୁ ୫ ଟଙ୍କାରେ ମିଳୁଥିଲା, ବର୍ତ୍ତମାନ ତାହା ପାଇଁ ୧୦ ଟଙ୍କା ଗଣିବାକୁ ପଡ଼ୁଛି।

ଏହାସହ କିଛି ଦୋକାନୀ ଭୟ ବା ନିଷେଧାଜ୍ଞାକୁ ଦୃଷ୍ଟିରେ ରଖି ଗୁଟଖା ଓ ପାନ ମସଲା ବିକ୍ରୟ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଫଳରେ ଏହାରେ ଅଭ୍ୟସ୍ତ ଥିବା ଗ୍ରାହକମାନେ ଆର୍ଥିକ ଶୋଷଣର ଶିକାର ହେଉଥିବା ବେଳେ, କିଛି ଅସାଧୁ ବ୍ୟବସାୟୀ କଳାବଜାରୀ କରି ମାଲାମାଲ ହେଉଥିବା ଅଭିଯୋଗ ଉଠୁଛି।

ଏପରି କଳାବଜାରୀକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ତୁରନ୍ତ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ଦେବତିକ୍ତ ମିଶ୍ର ଦାବି କରିଛନ୍ତି। ଗୁଟଖା ବ୍ୟାନକୁ ସାଧାରଣ ଜନତାଙ୍କ ଏକ ବଡ଼ ଅଂଶ ସ୍ୱାଗତ କରିଥିବା ବେଳେ, ପାନ ମସଲା ନାମରେ ଗୁଟଖା ସଦୃଶ ଉତ୍ପାଦକୁ ଛାଡ଼ ଦେବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି ସଚେତନ ନାଗରିକ ପବିତ୍ର କୁମାର ପରିଡ଼ା ମତ ପ୍ରକାଶ କରିଛନ୍ତି।

ରାଜ୍ୟରେ ନିକୋଟିନ ପରୀକ୍ଷାଗାରର ଅଭାବ ଥିବା ବେଳେ କେଉଁ ପାନ ମସଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଓ କେଉଁଟି ନୁହେଁ—ତାହା ସରକାର କିପରି ଚିହ୍ନଟ କରିବେ, ସେନେଇ ଗୁରୁତର ପ୍ରଶ୍ନ ଉଠିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply