Home / ମୁଖ୍ୟ ଖବର / ଖାନପୁର ଟି-୧୦ ପ୍ରିମିୟର ଲିଗ- ବଜରଙ୍ଗୀ -୧୧ ସେମିକୁ ଉନ୍ନୀତ

ଖାନପୁର ଟି-୧୦ ପ୍ରିମିୟର ଲିଗ- ବଜରଙ୍ଗୀ -୧୧ ସେମିକୁ ଉନ୍ନୀତ

whatsapp image 2026 02 03 at 9.32.35 pm

କାକଟପୁର ତା ୩/୨ ( ତୁଷାର ଦୀକ୍ଷିତ ) ଖାନପୁର ଟି -୧୦ ପ୍ରିମିୟର ଲିଗର ମଙ୍ଗଳବାର ଥିଲା ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ ବଜରଙ୍ଗୀ -୧୧ ପିପିଲି ଏବଂ ନାଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ବଜରଙ୍ଗୀ -୧୧ ପିପିଲି ଟସ ଜିତି ନାଗପୁର ଦଳକୁ ବ୍ୟାଟିଂ କରିବାପାଇଁ ଆମନ୍ତ୍ରଣ କରିଥିଲା l ନାଗପୁର ୭ ଓଭର ଖେଳି ବ୍ୟାଟିଂ ବିପର୍ଯୟର ସମ୍ମୁଖୀନ ହୋଇ ମାତ୍ର ୮୬ ରନ କରି ସମସ୍ତ ଉଇକେଟ ହରାଇଥିଲା l ଦଳ ପକ୍ଷରୁ ଟୁଲୁ ବ୍ୟକ୍ତିଗତ ସର୍ବାଧିକ ୫୫ ରନ କରିବାକୁ ସକ୍ଷମ ହୋଇଥିଲେ l ବଜରଙ୍ଗୀ -୧୧ ପକ୍ଷରୁ ସୋମୁ ସର୍ବାଧିକ ୨ ଟି ଉଇକେଟ ଅକ୍ତିଆର କରିଥିଲେ l ୮୬ ରନର ବିଜୟ ଲକ୍ଷ ନେଇ ବଜରଙ୍ଗୀ -୧୧ ପଡିଆକୁ ଓହ୍ଲାଇ ଥିବାବେଳେ ମାତ୍ର ୬.୧ ଓଭର ଖେଳି ୨ ଉଇକେଟ ହରାଇ ୮୭ ରନ କରି ବିଜୟ ଲାଭ କରିବା ସହିତ ସେମିଫାଇନାଲ କୁ ଉତ୍ତୀର୍ଣ କରିଥିଲା l ଦଳ ପକ୍ଷରୁ ପିକୁନ ସର୍ବାଧିକ ୨୬ ରନ ସଂଗ୍ରହ କରିଥିଲେ l ନାଗପୁର ଦଳର ପ୍ରସନ୍ନ ସର୍ବାଧିକ ୨ ଟି ଉଇକେଟ ଅକ୍ତିଆର କରିଥିଲେ l ନାଗପୁର ଦଳର ଟୁଲୁଙ୍କୁ ମ୍ୟାନ ଅଫ ଦି ମ୍ୟାନ ବିବେଚିତ ହୋଇଥିଲେ l ଆୟୋଜକ କ୍ଲବ ପକ୍ଷରୁ ସମସ୍ତ ସଭ୍ୟ ମାନେ ସହଯୋଗ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply