ପୁରୀ: ୩/୨/୨୦୨୬ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଓଡ଼ିଆ ଚଳଚ୍ଚିତ୍ର “ଅପେକ୍ଷା” ର ପୋଷ୍ଟର ମହାପ୍ରଭୁ ଙ୍କୁ ସମର୍ପିତ ହୋଇଛି। ଶ୍ରୀ ପତିତପାବନଙ୍କୁ ପ୍ରଦୀପ ପ୍ରଦାନ ପରେ ପରେ ଅଭିନେତା, ଅଭିନେତ୍ରୀ, ନିର୍ଦେଶକ ଏଵଂ ପ୍ରଯୋଜନା ସଦସ୍ୟ ମାନେ ଚଳଚ୍ଚିତ୍ର ରିଲିଜ ତାରିଖ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ର ,ଏହିମାସ ଛ’ତାରିଖରେ ସର୍ବଭାରତୀୟ ରିଲିଜ୍ ହେଵ। ସିଂହଦ୍ବାର ଠାରେ ପ୍ରଯୋଜକ କେ.ତମନ୍ନା , ବିଶିଷ୍ଟ ଅଭିନେତା ଚୌଧୁରୀ ବିକାଶ ଦାସ, ପ୍ରଦୀପ

ଦେବତା,ପୁଷ୍ପା ପଣ୍ଡା, ଶକ୍ତି ବରାଳ, ସାର୍ଥକ, ଶୁଭଙ୍ଗୀ, ଅଲିଭା ଦାସ, ଗୁଡ଼ୁ ପ୍ରମୁଖଙ୍କ ସମେତ ଆଜିର ରେବତୀ ଚଳଚ୍ଚିତ୍ର ର କାହାଣୀକାର ଡକ୍ଟର ବଦ୍ରି ମିଶ୍ର, ବିଶିଷ୍ଟ ଚିତ୍ରନାଟ୍ୟ ଓ ସଂଳାପକାର ଶ୍ୟାମାପ୍ରସାଦ ମିଶ୍ର,ଓ ମିଶନ ଓଡ଼ିଶା ସଂପାଦକ ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର, ସଂଗୀତ ନିର୍ଦ୍ଦେଶନାରେ ଅଛନ୍ତି ବୈଦ୍ୟନାଥ ଦାଶ, କାହାଣୀ ଓ ସଂଳାପକାର ଆଶୁତୋଷ ବାରିକ ରହିଥିବା ବେଳେ, ଗୀତିକାର ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଗୀତ ରଚନା କରିଛନ୍ତି। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଚିରାଗ, ଇପ୍ସିତା ସାହୁ ଓ ଉମାକାନ୍ତ ବାରିକ । ଓଡ଼ିଶା ରେ ସିନେମା ହଲ୍ ର ଅଭାବ ବେଳେ, ଅଧିକ ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ର ସାହାସ କମ୍ କଥା ନୁହେଁ ବୋଲି ଚଳଚ୍ଚିତ୍ର ର ପବ୍ଲିସିଟି ଡିଜାଇନର ଶ୍ୟାମାପ୍ରସାଦ ମିଶ୍ର କହିଥିବା ବେଳେ, ପୁରୀ କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସରକାର ତୁରନ୍ତ ପୁରୀ ରେ ଅନ୍ୟୁନ ତିନୋଟି ସିନେମା ହଲ୍ ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସ ଓ ମଲ୍ ଉପରେ ଆଇନକ୍ସ କରିବାକୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଡକ୍ଟର ବଦ୍ରି ମିଶ୍ର ଦାବି ରଖିଛନ୍ତି।.











