Home / ମୁଖ୍ୟ ଖବର / ରାଷ୍ଟ୍ରପତି ଉପହାର ନେଲେ ସୁନାବେଶ ପଟ୍ଟଚିତ୍ର-ତିଆରି କରିଥିଲେ ଗୁରୁ ପଙ୍କଜ ବେହେରା

ରାଷ୍ଟ୍ରପତି ଉପହାର ନେଲେ ସୁନାବେଶ ପଟ୍ଟଚିତ୍ର-ତିଆରି କରିଥିଲେ ଗୁରୁ ପଙ୍କଜ ବେହେରା

untitled 1

ପୁରୀ:୪/୨/୨୦୨୬ – ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ବିଦାୟ ଭେଟି ସ୍ୱରୂପ ପ୍ରଦାନ କରିଛି ସୁନାବେଶର ପଟ୍ଟଚିତ୍ର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏହି ପଟ୍ଟଚିତ୍ର ପ୍ରଦାନ କରିଥିଲେ। ପୁରୀ ପଟ୍ଟଚିତ୍ର ସେଣ୍ଟରର ସ୍ୱନାମଧନ୍ୟ ପଟ୍ଟଚିତ୍ର ଗୁରୁ ପଙ୍କଜ ବେହେରା ଏହାକୁ ପ୍ରସ୍ତୁତ କରିଥିଲେ। ଏହି ପଟ୍ଟଚିତ୍ର ତିଆରି ସମ୍ପର୍କରେ ଗୁରୁ ପଙ୍କଜ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସି ୫ ଜଣ ରାଷ୍ଟ୍ରପତି ତାଙ୍କ ଦ୍ୱାରା ନିର୍ମିତ ପଟ୍ଟଚିତ୍ର ଶ୍ରୀମନ୍ଦିର ପ୍ରଶାସନ ମାଧ୍ୟମରେ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଭେଟି ଦେଇଥିବା ବଡ଼ସିଂହାର ବେଶର ପଟ୍ଟଚିତ୍ର ମଧ୍ୟ ସେ ପ୍ରସ୍ତୁତ କରିଥିଲେ। ସୌଭାଗ୍ୟବଶତଃ ଚତୁର୍ଥ ପୁରୀ ଗସ୍ତରେ ବି ତାଙ୍କ ଦ୍ୱାରା ତିଆରି ମହାପ୍ରଭୁଙ୍କ ସୁନାବେଶର ଫଟ୍ଟଚିତ୍ର ଆଜି ସିଂହଦ୍ୱାରରେ ଗ୍ରହଣ କରିଛନ୍ତି ଭାରତର ପ୍ରଥମ ନାଗରିକ। ଏଥିରେ ପାରମ୍ପରିକ ପଟିରେ ଚତୁର୍ଦ୍ଧାବିଗ୍ରହଙ୍କ ଦୁର୍ଲ୍ଲଭ ସୁନାବେଶ ରହିଥିବାବେଳେ ଦଶାବତାର ମଧ୍ୟ ସ୍ଥାନ ପାଇଛନ୍ତି। କଳା ଧଳାରେ ଚିତ୍ରିତ ଏହି ଚିତ୍ର ବେଶ୍‌ ଆକର୍ଷଣୀୟ ହୋଇପାରିଛି।
ସୂଚନାଥାଉ କି, ଏହା ପୂର୍ବରୁ ଗୁରୁ ପଙ୍କଜଙ୍କ ସ୍ୱହସ୍ତ ନିର୍ମିତ ପଟ୍ଟଚିତ୍ର ଭାରତର ୪ ଜଣ ପୂର୍ବତନ ରାଷ୍ଟ୍ରପତି (ଡ. ଏପିଜେ ଅବ୍‌ଦୁଲ କଲାମ, ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦ) ଶ୍ରୀମନ୍ଦିର ପ୍ରଶାସନଠାରୁ ଗ୍ରହଣ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply