ପୁରୀ : ୪/୨/୨୦୨୬ – ସାମ୍ବାଦିକତା ଜୀବନ ଭିତରେ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ୧୩୭୨ଟି ଶବଦାହ, ଏକଲକ୍ଷ ଚବିଶି ହଜାର ବୃକ୍ଷରୋପଣ,୧୬୩ ଥର ରକ୍ତଦାନ, ରାଜ୍ୟ ବାହାରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା, ୧୧୩୨ ଗରିବ- ଅସହାୟ ଛାତ୍ର ଛାତ୍ରୀଙ୍କୁ ମୁକ୍ତ ଵିଦ୍ୟାଦାନ ଓ ନିଶାମୁକ୍ତ ଓଡ଼ିଶା ଆନ୍ଦୋଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସ୍ତମ୍ଭକାର ତଥା ସମାଜସେବୀ ବଦ୍ରି ମିଶ୍ରଙ୍କୁ ସମ୍ମାନିତ କରାଯାଇଛି। ଜୟପୁର ର ରାଜସ୍ଥାନ ଆନ୍ତର୍ଜାତୀକ କେନ୍ଦ୍ର ସମ୍ମିଳନୀ କକ୍ଷରେ ଜାତୀୟ ମିଡ଼ିଆ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଉତ୍ସବରେ,ରାଜସ୍ଥାନ ରାଜ୍ୟପାଳ ହରିଭାଓ କିଶନରାଓ ଓ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ , ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ଶ୍ରୀମିଶ୍ରଙ୍କ ସମେତ ଓଡ଼ିଶା ର ବିଶିଷ୍ଟ ଯୁବ ଅଧିବକ୍ତା ରଶ୍ମୀ ରଞ୍ଜନ ଦାଶ, ସଂଗୀତ ନିର୍ଦ୍ଦେଶକ ରାଜେନ୍ଦ୍ର ମିଶ୍ର ,ରାଜସ୍ଥାନ ର ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପାଣ୍ଡେ, ସମାଜସେବୀ ପୁରୁଷୋତ୍ତମ ଦିନାକର ଓ ସନ୍ଦୀପ୍ ସରସ୍ବତୀଙ୍କୁ ସମ୍ମାନିତ କରାଯାଇଥିଲା।
୧୩୭୨ ଶବଦାହ ପାଇଁ ବଦ୍ରି ମିଶ୍ର ସମ୍ମାନିତ
No Comments
February 4, 2026 4:29 pm

Previous Article
Next Article

ରାଷ୍ଟ୍ରପତି ଉପହାର ନେଲେ ସୁନାବେଶ ପଟ୍ଟଚିତ୍ର-ତିଆରି କରିଥିଲେ ଗୁରୁ ପଙ୍କଜ ବେହେରା
କୁଶୁପୁର ନିକଟସ୍ଥ କୁଶଭଦ୍ରା ନଦୀକୂଳରେ ଜମା ବାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଭାର୍ଥୀଙ୍କୁ ମାଗଣାରେ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ









