Home / ମୁଖ୍ୟ ଖବର / କଡାନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ ଚାଷୀ ଆଶ୍ୱସ୍ଥ

କଡାନାଳ ନିର୍ମାଣ କାର୍ଯ୍ୟ ଆରମ୍ଭ ଚାଷୀ ଆଶ୍ୱସ୍ଥ

untitled 1

କାକଟପୁର – ତା ୪ /୨ (ତୁଷାର ଦୀକ୍ଷିତ ) ଚାଷୀମାନଙ୍କୁ ସଂଗଠିତ କରିବା ସହ ପାଣି ପଞ୍ଚାୟତ ମାଧ୍ୟମରେ ଚାଷୀ ଯେଭଳି ଜଳସେଚନ ସୁବିଧା ପାଇଁ ସ୍ୱାବଲମ୍ବୀ ହୋଇପାରିବେ ଏନେଇ ସରକାର କେନାଲ ଓ ଉଠା ଜଳସେଚନ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା କରିଥିବା ବେଳେ ଢିପ ଜମିକୁ ଶସ୍ୟଶ୍ୟାମଳା କରିବା ପାଇଁ କଡାନାଳ ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦେଉଛନ୍ତି l କାକଟପୁର ଜଳସେଚନ ବିଭାଗ ଅଧିନରେ ମୋଟ ୧୯ ଟି ପାଣି ପଞ୍ଚାୟତ ଥିବାବେଳେ ସେହି ପାଣିପାଞ୍ଚାୟତ ଗୁଡିକ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଅସ୍ତରଙ୍ଗ ବ୍ଳକ ଅଞ୍ଚଳର ୩ ଗୋଟି ପାଣିପଞ୍ଚାୟତର ସ୍ଥାନୀୟ ଅଞ୍ଚଳ ଚାଷୀଙ୍କୁ ନେଇ ବୈଠକ କରାଯିବା ପରେ ଚାଷୀଙ୍କ ମତାମତ ଓ ଦାବୀ ଅନୁଯାଇ କେତେକ ସ୍ଥାନରେ ନୂତନ କଡାନାଳ ନିର୍ମାଣ ସାଙ୍ଗକୁ ଭାଙ୍ଗିରୁଜି ଯାଇଥିବା ପୁରୁଣା କଡାନାଳ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି l ଏହି ନିର୍ମାଣ ଓ ମରାମତି କାର୍ଯ୍ୟ ପାଣିପଞ୍ଚାୟତ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଅଞ୍ଚଳ ଚାଷୀଙ୍କ ପ୍ରତ୍ୟକ୍ଷ (ତତ୍ୱାବଧାନରେ) କାର୍ଯ୍ୟ ଚାଲିଥିବା ବେଳେ ଏଷ୍ଟିମେଣ୍ଟ ଅନୁଯାଇ କାର୍ଯ୍ୟର ମାନ, ପରିମାଣ, ଉଚ୍ଚତା ଠିକ ଥିବା ସହ କଡାନାଳ ନିର୍ମାଣ ଓ ମରାମତି କାର୍ଯ୍ୟରେ ବ୍ୟବହୃତ ବାଲି, ଗୋଡି, ରଡ଼, ସିମେଣ୍ଟର ଗୁଣବତ୍ତାବି ବଜାୟ ରହିଛି l ଏପରି ସ୍ଥଳେ କାର୍ଯ୍ୟକୁ ଭଣ୍ଡୁର କରିବାକୁ କେତେକ ନ୍ୟସ୍ତ (ସ୍ୱାର୍ଥ) ଗୋଷ୍ଠୀର ବ୍ୟକ୍ତି ଉକ୍ତ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜାଇବା ସହ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ବିଭିନ୍ନ ଅପପ୍ରଚାର ଚଳାଇଥିବାରୁ ଏନେଇ ଚାଷୀ ମହଲରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଏଠାରେ ସୂଚନାଯୋଗ୍ୟକି କଡାନାଳ ନିର୍ମାଣ ହେଉଥିବା ସ୍ଥାନ ଗୁଡିକରେ ବହୁ ଧାନ ଚାଷୀ ବର୍ଷା ଜଳ ଉପରେ ନିର୍ଭରଶୀଳ ଥିବାରୁ ସେଠାକାର ଚାଷୀ କାଡାନାଳ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାବୀ କରି ଆସୁଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply