Home / ମୁଖ୍ୟ ଖବର / ଓବିସିସି ଦ୍ଵାରା ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା

ଓବିସିସି ଦ୍ଵାରା ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା

whatsapp image 2026 02 05 at 10.18.24 pm

ପୁରୀ : ଓବିସିସି ଦ୍ଵାରା ଶ୍ରୀମନ୍ଦିର ନିର୍ମାଣ ସମ୍ପର୍କିତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ସମୀକ୍ଷା ରେ
୧. ନିର୍ମାଣଧିନ ଷ୍ଟାଫ କ୍ୱାର୍ଟରକାର୍ଯ୍ୟ ତା ୧୦.୩.୨୦୨୬ ରିଖ ସୁଦ୍ଧା ଓ ଶ୍ରୀଗୁଣ୍ଡିଚା ମନ୍ଦିରର ନବୀକରଣ କାର୍ଯ୍ୟ ତା୧୫.୪.୨୦୨୬ ସୁଦ୍ଧା ଶେଷ କରାଯିବା ପାଇଁ ଓବିସିସି କୁ ଅନୁରୋଧ କରାଗଲା।
୨. ନରେନ୍ଦ୍ର କୋଣରେ ନିର୍ମାଣ କରାଯାଇଥିବା ଶୌଚାଳୟ ଶୁଦ୍ଧିକ୍ରିୟା ଗୃହ ଓ ମୁଣ୍ଡନ ଗୃହ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ। ଏଥିସହିତ ଇନ୍ଦ୍ରଦ୍ୟୁମ୍ନ ଓ ମାର୍କଣ୍ଡେୟ ପୁଷ୍କରିଣୀର ଠାରେ ଶୌଚାଳୟ ଓ ଆଲୋକିକରନ କରାଯିବ।୩. ଅଭଡ଼ା ଯୋଜନାରେ ନୀଳାଦ୍ରି ଭକ୍ତ ନିବାସ ପାଶ୍ଚାତ ଭାଗରେ ଆଉଏକ ଭକ୍ତ ନିବାସ ନିର୍ମାଣ କରାଯିବା ସହ ଅନ୍ନପୂର୍ଣ୍ଣା ଥିଏଟର ଓ ପୁରାତନ ମଠ ମନ୍ଦିରର ଉନ୍ନତି କରଣ ତଥା ଦୋଳବେଦୀ ସଂରକ୍ଷଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆପତି ବିହୀନ ପ୍ରମାଣପତ୍ର (NOC) ଦିଆଯିବାପାଇଁ ପରିଚାଳନା କମିଟି ଙ୍କ ଅନୁମୋଦନ କ୍ରମେ NOC ଦିଆଯିବା ବ୍ୟବସ୍ଥା ଗ୍ରହଣ କରାଯିବ।
୪. ଶ୍ରୀମନ୍ଦିର ବୈଷୟିକ ଦଳଙ୍କ ପରିଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ obcc ଦ୍ବାରା ନିର୍ମିତ ବିଦ୍ୟୁତ୍ ଗୃହ ସହ ଟ୍ରାନସଫର୍ମର ପ୍ୟାନେଲ ବୋର୍ଡ, ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିରରେ ସଂସ୍ଥାପିତ CCTV ଗୁଡ଼ିକ ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ।
୫. ଏଥିସହ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଜମିରେ ଅସ୍ଥାୟୀ ଟିଣ ବାଡ଼ ସଂସ୍ଥାପନ ଓ ପ୍ରମୋଦ ଉଦ୍ୟାନ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ତା୧୫.୨.୨୦୨୬ ରିଖ ସୁଦ୍ଧା IIT ବିଶେଷଜ୍ଞ ଙ୍କ ପରାମର୍ଶରେ ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଥିବା Wooden Ramp ର ଚୂଡାନ୍ତ ଡିଜାଇନ୍ ପ୍ରସ୍ତୁତି ଶେଷ କରିବାକୁ ନିଷ୍ପତି ନିଆଗଲା।
୬. ଏଥିସହ ନୂତନ ରଘୁନନ୍ଦନ ଲାଇବ୍ରେରୀ ଏବଂ ସଂସ୍କୃତି ଇଣ୍ଟରପ୍ରିସନ୍ ଗୃହର ଚୂଡାନ୍ତ ପ୍ଲାନ୍ ପରିଚାଳନା କମିଟି ଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ଗ୍ରହଣ କରାଗଲା। ଏଥିସହ ଓବିସିସି ଓ ଶ୍ରୀମନ୍ଦିର ବୈଷୟିକ କମିଟିଙ୍କ ପରାମର୍ଶରେ ଶ୍ରୀମାର୍ଗରେ ଯାତାୟାତ କରୁଥିବା ଶ୍ରଦ୍ଧାଳୁ ଙ୍କ ସୁବିଧା ନିମନ୍ତେ ଶୌଚାଳୟ ପାଇଁ ସ୍ଥାନ ନିରୂପଣ କରିବାକୁ ନିଷ୍ପତି ଗ୍ରହଣ କରାଗଲା ।
ବାସେଳି ସାହିରେ ନିର୍ମାଣ।ଧିନ ୩୬୦୦ ବେଡ୍ ବିଶିଷ୍ଟ ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଆସନ୍ତା ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ,ଓବିସିସି ର ଛିଫ ଜେନେରାଲ ମ୍ୟାନେଜର ଙ୍କ ସମେତ ତିନିଜଣ ଜେନେରାଲ ମ୍ୟାନେଜର, ଓ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଉପରୋକ୍ତ ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ obcc officials ଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply