Home / ମୁଖ୍ୟ ଖବର / ଶ୍ରୀକ୍ଷେତ୍ରର କବିତା ଗଜପତୀୟ ଦର୍ପ ନେଇ ଦୃଢ଼ତା ପ୍ରକାଶ କରେ

ଶ୍ରୀକ୍ଷେତ୍ରର କବିତା ଗଜପତୀୟ ଦର୍ପ ନେଇ ଦୃଢ଼ତା ପ୍ରକାଶ କରେ

whatsapp image 2026 02 05 at 9.08.06 pm

ପୁରୀ ତା. ୫/୨/୨୦୨୬ – ଶ୍ରୀକ୍ଷେତ୍ରର କବିମାନଙ୍କ କବିତାରେ ଏକ ନୀରବ ଆଭିଜାତ୍ୟ ଫୁଟି ଉଠି ଥିବାବେଳେ ଭାଷା ପ୍ରୟୋଗ ଓ ଶ୍ଲେଷ ମାଧ୍ୟମରେ ଭିନ୍ନ ସ୍ଵାଦର ପ୍ରତିବାଦୀ କବିତା ସୃଷ୍ଟି ହୋଇ ଚାଲିଛି I କେବଳ ଜଗନ୍ନାଥ ସଂସ୍କୃତି ନୁହେଁ, ଜୀବନର ଶୁଦ୍ଧ ସୌନ୍ଦର୍ଯ୍ୟକୁ ଆହରଣ କରିବା ଏକ ଅଦ୍ଭୁତ ପିପାସା ଶ୍ରୀକ୍ଷେତ୍ରର କବିମାନେ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି I ଏକ ଗଜପତୀୟ ଦର୍ପ ଅନ୍ୱେଷଣରେ ଶ୍ରୀକ୍ଷେତ୍ରର କବିତା ଓଡ଼ିଆ କବିତା ଭିତରେ ସ୍ଵତନ୍ତ୍ରତା ପ୍ରତିପାଦନ କରି ଆସୁଛି ବୋଲି ‘ମାୟା ସାହିତ୍ୟ’ , ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଆୟୋଜିତ ବିଶେଷ ଅଧିବେଶନ ଓ ସାହିତ୍ୟ ଆଲୋଚନାରେ ଅତିଥି ଓ ଆଲୋଚକ ମାନେ ପ୍ରକାଶ କରିଛନ୍ତି I କଟକ କଳାବିକାଶ କେନ୍ଦ୍ର ର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ପର୍ବ ରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏବଂ ପି ଆଇ ବି ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିଲେ I ଅନୁଷ୍ଠାନର ନିର୍ଦ୍ଦେଶକ କବି ପ୍ରମୋଦ ପ୍ରଧାନ ସ୍ଵାଗତ ଭାଷଣ ଓ ସୂଚନା ପ୍ରଦାନ କରିଥିଲେ I ଦ୍ଵିତୀୟ ଅଧିବେଶନରେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ‘ଶ୍ରୀକ୍ଷେତ୍ର’ ର କବିମାନଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରକ୍ଷକ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ବରିଷ୍ଠ କବି ଅଜୟ ପ୍ରଧାନ, କବି ଓ ସମାଲୋଚକ ଡକ୍ଟର ଦିଲୀପ କୁମାର ସ୍ୱାଇଁ, ସିଂହଦ୍ଵାର ସାହିତ୍ୟ ପତ୍ରିକାର ସମ୍ପାଦକ ଚିନ୍ମୟ ବିବେକ ଏବଂ ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ I ଉଦଯାପନୀ ଅଧିବେଶନ ରେ ନିମନ୍ତ୍ରିତ କବି ମାନଙ୍କୁ ନେଇ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା I ବରିଷ୍ଠ କବି ତଥା ଅନୁବାଦକ ସୂର୍ଯ୍ଯ ମିଶ୍ର ଏଥିରେ ସଭା ମୁଖ୍ୟ ରହିଥିବା ବେଳେ ଅତିଥି ଭାବେ ବିଶିଷ୍ଟ ଚିନ୍ତକ ପ୍ରଫେସର ଶ୍ରୀନିବାସ ପାଠି ଯୋଗ ଦେଇଥିଲେ I କବି କାମଦେବ ମହାରଣା ଏବଂ ବନ୍ଦନା ହରିଚନ୍ଦନ ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ଶୈଳବାଳା ମହାପାତ୍ର, ମୀନକେତନ ମିଶ୍ର , ଉମାକାନ୍ତ ମହାପାତ୍ର,ବିପିନ ବିହାରୀ ଦଳାଇ, ସନ୍ନ୍ୟାସୀ ନାୟକ,ସର୍ବାଣୀ ଦାସ, ଅନନ୍ତ ପ୍ରଧାନ, ଆଲୋକ କୁମାର ପ୍ରଧାନ, କନକଲତା ଦାଶ, ପ୍ରିୟଦର୍ଶିନୀ ପଲେଇ, ସ୍ମୃତିକଳା ମହାନ୍ତି, ବିଜୟ କୁମାର ପୃଷ୍ଟି,ରଶ୍ମିରଞ୍ଜନ ପରିଡ଼ା ଓ ବିଶ୍ଵରୂପା ପାତ୍ର ପ୍ରମୁଖ କବିତା ଆବୃତ୍ତି କରିଥିଲେ I

SPREAD YOUR LOVE WITH YOUR FRIENDS AND FAMILY

Leave a Reply