Home / ମୁଖ୍ୟ ଖବର / ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ସମ୍ବର୍ଧନା ଉତ୍ସବ – ୧୧ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ।

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଓ ସମ୍ବର୍ଧନା ଉତ୍ସବ – ୧୧ରେ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ।

whatsapp image 2026 02 07 at 8.01.40 pm

ନୟାଗଡ଼, ତା- ୭.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି

whatsapp image 2026 02 07 at 7.57.19 pm
whatsapp image 2026 02 07 at 7.57.19 pm

ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ନୟାଗଡ଼ ବ୍ଲକ ବିଜୁ ଜନତା ଦଳ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବିତୃଷ୍ଣା ଭାବ ଆରମ୍ଭ ହେଲାଣି। ଆଗାମୀ ଦିନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି ବିଧାୟକ କହିଥିଲେ। ଏହା ସହିତ ସଂଗଠନ ମଜବୁତ୍ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଗାମୀ ୧୧ ତାରିଖରେ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବାକୁ ବିଧାୟକ

whatsapp image 2026 02 07 at 8.02.35 pm
whatsapp image 2026 02 07 at 8.02.35 pm

ସୂଚନା ଦେଇଥିଲେ। ନୟାଗଡ଼ ଖେଳ ପଡ଼ିଆଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯିବ ବୋଲି ବିଧାୟକ କହିଥିଲେ। ଏହା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଓ ଏଥିରେ ଅନ୍ୟ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଲୋକ ସାମିଲ ହେବେ ବୋଲି କହିଥିଲେ।
ଏହି ବୈଠକରେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଜେଡି ମହିଳା ସଭାପତି ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କହଁର, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply