Home / ମୁଖ୍ୟ ଖବର / ଚାରି ଦିନ ଧରି ଉତ୍ସାହ ଓ ସଂସ୍କୃତିରେ ଭରିଥିବା ସତ୍ୟବାଦୀ ମହୋତ୍ସବର ସଫଳ ଉଦଯାପନ

ଚାରି ଦିନ ଧରି ଉତ୍ସାହ ଓ ସଂସ୍କୃତିରେ ଭରିଥିବା ସତ୍ୟବାଦୀ ମହୋତ୍ସବର ସଫଳ ଉଦଯାପନ

screenshot 1

ସତ୍ୟବାଦୀ ଅଞ୍ଚଳରେ ଅଁଳା ନବମୀ ସବୁଠାରୁ ବଡ଼ ପର୍ବ ଭାବେ ପରିଚିତ ଥିବା ବେଳେ, ବର୍ତ୍ତମାନ ସେହି ପରମ୍ପରା ସହ ଯୋଗ ହୋଇଛି ସତ୍ୟବାଦୀ ମହୋତ୍ସବ। ପିଛଲା ନଅ ବର୍ଷ ଧରି ତିନି ଦିନିଆ ଭାବେ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ, ଜନସାଧାରଣ ଓ ମହୋତ୍ସବ କମିଟିର ସଦସ୍ୟମାନଙ୍କ ଅନୁରୋଧକୁ ମାନି, ଚଳିତ ବର୍ଷ ଆଉ ଗୋଟିଏ ଦିନ ବଢ଼ାଯାଇଥିଲା।

ଗୁରୁବାର ଦିନ ମହୋତ୍ସବର ଶୁଭ ଉଦଘାଟନ ହୋଇଥିବା ବେଳେ, ରବିବାର ବିଳମ୍ବିତ ରାତିରେ ଏହାର ସାର୍ଥକ ଉଦଯାପନ ହୋଇଛି। ଉଦଯାପନ ସଂଧ୍ୟାରେ ମହୋତ୍ସବ ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ମହୋତ୍ସବ ସମ୍ପାଦକ ଦୀପକ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ମହୋତ୍ସବର ସମାପନ ଘୋଷଣା କରିଥିଲେ।

whatsapp image 2026 02 08 at 9.29.24 pm (1)
whatsapp image 2026 02 08 at 9.29.24 pm (1)

ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ‘ତମାଳ’ ପୁସ୍ତକକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସେହିପରି ସୁରେନ୍ଦ୍ରନାଥ ଶତପଥୀଙ୍କ ସ୍ମୃତିରେ ନେତ୍ରାନନ୍ଦ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ଡଃ ଅଶୋକ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

whatsapp image 2026 02 08 at 9.29.23 pm (1)
whatsapp image 2026 02 08 at 9.29.23 pm (1)

ମହୋତ୍ସବର ଶେଷ ସଂଧ୍ୟାରେ ଯୋଗଗୁରୁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କ ଶିଷ୍ୟ-ଶିଷ୍ୟାମାନେ ଯୋଗ ପ୍ରଦର୍ଶନ କରିଥିଲେ। ସଂସ୍କୃତି ବିଭାଗର ସହଯୋଗରେ ପ୍ରତିଭା ଭବାନିପାଟଣା ଓ ଅଭିନୟ ନୃତ୍ୟ ଏକାଡେମୀର କଳାକାରମାନେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ।

whatsapp image 2026 02 08 at 9.29.23 pm
whatsapp image 2026 02 08 at 9.29.23 pm

ପରବର୍ତ୍ତୀ ପର୍ଯ୍ୟାୟରେ ସତ୍ୟବାଦୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ‘ସିନ୍ଦୂର’ ନୃତ୍ୟ ନାଟିକା ଦର୍ଶକଙ୍କୁ ଭାବବିହ୍ୱଳ କରିଦେଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଗୁରୁଜୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ଉପଢ଼ୌକନ ସହ ସମ୍ବର୍ଦ୍ଧନା ଜଣାଯାଇଥିଲା। ସେହିପରି ବିଭିନ୍ନ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

whatsapp image 2026 02 08 at 9.29.24 pm
whatsapp image 2026 02 08 at 9.29.24 pm

ମହୋତ୍ସବର ସମାପନ ରାତିରେ ଓଲିଉଡ୍ ଗାୟିକା ଅରୁଣିତାଙ୍କ ଟିମ୍ ଓ ନିହାଲ ତାଉରୋଙ୍କ ଟିମ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଦୀର୍ଘ ସମୟ ଧରି ସଙ୍ଗୀତ ପରିବେଷଣ କରି, ଶୀତଳ ରାତିରେ ଦର୍ଶକମାନଙ୍କୁ ମନମୁଗ୍ଧ କରି ରଖିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply