Home / ମୁଖ୍ୟ ଖବର / ଭାରତୀୟ ମଜଦୁର ସଂଘର ତ୍ରୈବାର୍ଷିକ ଅଧିବେଶନ : ନୂତନ କମିଟି ଗଠନ, ଶ୍ରମିକ ସ୍ୱାର୍ଥରେ ୪ ପ୍ରସ୍ତାବ ପାରିତ ଏସ୍ ମଲେଶମ ଅଧ୍ୟକ୍ଷ, ସୁରେନ୍ଦ୍ର ପାଣ୍ଡେୟ ମହାମନ୍ତ୍ରୀ

ଭାରତୀୟ ମଜଦୁର ସଂଘର ତ୍ରୈବାର୍ଷିକ ଅଧିବେଶନ : ନୂତନ କମିଟି ଗଠନ, ଶ୍ରମିକ ସ୍ୱାର୍ଥରେ ୪ ପ୍ରସ୍ତାବ ପାରିତ ଏସ୍ ମଲେଶମ ଅଧ୍ୟକ୍ଷ, ସୁରେନ୍ଦ୍ର ପାଣ୍ଡେୟ ମହାମନ୍ତ୍ରୀ

untitled 1

ପୁରୀ(୦୮/୦୨/୨୦୨୬) : ଭାରତୀୟ ମଜଦୁର ସଂଘର ତ୍ରିଦିବସୀୟ ତ୍ରୈବାର୍ଷିକ ଅଧିବେଶନ ପୁରୀରେ ଅନୁଷ୍ଠିତ ହୋଇ ଏଥିରେ ୨୦୨୬ ରୁ ୨୦୨୯ ପର୍ଯ୍ୟନ୍ତ ପାଇଁ ନୂତନ କେନ୍ଦ୍ରୀୟ କମିଟି ଗଠନ କରାଯାଇଛି । ନିର୍ବାଚନ ଅଧିକାରୀ ଏସ୍‌. କେ. ରାଠୋରଙ୍କ ନିରୀକ୍ଷଣରେ ଏହି ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ନୂତନ କମିଟିରେ ଏସ୍‌. ମଲେଶମ (ତେଲେଙ୍ଗାନା)ଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ସୁରେନ୍ଦ୍ର କୁମାର ପାଣ୍ଡେୟ (ଛତିଶଗଡ଼)ଙ୍କୁ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଉପାଧ୍ୟକ୍ଷ ଭାବେ ସୁଖବିନ୍ଦର ସିଂହ ଡିକ୍କି (ପଞ୍ଜାବ), ନୀତା ଚୌବେ (ବିଦର୍ଭ), ଅଶୋକ ଶୁକ୍ଲା (ଉତ୍ତର ପ୍ରଦେଶ), ଉନ୍ନୀକୃଷ୍ଣନ ଉନ୍ନୀନାଥନ (କେରଳ), ରାଜେନ୍ଦ୍ର ଶର୍ମା (ରାଜସ୍ଥାନ), ପବନ କୁମାର (ଦିଲ୍ଲୀ) ଓ ଜିଗ୍ନେଶ ମଜୁମଦାର (ଗୁଜରାଟ)ଙ୍କୁ ଚୟନ କରାଯାଇଛି ।
ଏହାସହ ରାମନାଥ ଗଣେଶେ (ମଧ୍ୟ ପ୍ରଦେଶ), ଅଞ୍ଜଳି ପଟେଲ (ଓଡ଼ିଶା), ରାଧେଶ୍ୟାମ ଜୟସ୍ୱାଲ (ଛତିଶଗଡ଼), ଅରବିନ୍ଦ ମିଶ୍ର (ମଧ୍ୟ ପ୍ରଦେଶ), ଅଶୋକ କୁମାର (ହରିୟାଣା), ଅନିଲ ଡୁମନେ (ମହାରାଷ୍ଟ୍ର) ଓ ସଞ୍ଜୟ କୁମାର ସିନ୍ହା (ବିହାର)ଙ୍କୁ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅନୀଶ ମିଶ୍ର (ଦିଲ୍ଲୀ)ଙ୍କୁ ଅର୍ଥ ସଚିବ, ବି. ସୁରେନ୍ଦ୍ରନଙ୍କୁ ସଂଗଠନ ମନ୍ତ୍ରୀ, ଗଣେଶ ମିଶ୍ରଙ୍କୁ ସହ ସଂଗଠନ ମନ୍ତ୍ରୀ ଓ ପାଲଜୀତ ପରମାରଙ୍କୁ କାର୍ଯ୍ୟାଳୟ ସଚିବ ଭାବେ ନିଯୁକ୍ତ କରାଯାଇଛି ।
ଅଧିବେଶନରେ ଶ୍ରମିକ ସ୍ୱାର୍ଥ ସମ୍ପର୍କିତ ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରାଯାଇଛି । ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ପାରିତ ହୋଇଥିବା ପ୍ରସ୍ତାବ ମଧ୍ୟରେ କୌଣସି ଅପବାଦ ବିନା ସମସ୍ତ ଶ୍ରମିକଙ୍କ ଉପରେ ଶ୍ରମ ଆଇନ ସାର୍ବଜନୀନ ଭାବେ ଲାଗୁ କରିବା, ଠିକା ଶ୍ରମିକମାନଙ୍କ ଶୋଷଣ ରୋକିବା ପାଇଁ ଆଇନରେ ପରିବର୍ତ୍ତନ କରିବା, ଆଙ୍ଗନବାଡ଼ି କର୍ମୀମାନଙ୍କୁ କର୍ମଚାରୀ ମର୍ଯ୍ୟାଦା ଦେଇ ସେମାନଙ୍କୁ ବେତନ ଓ ସାମାଜିକ ସୁରକ୍ଷା ସୁବିଧା ଯୋଗାଇବା ଓ ତ୍ରିପକ୍ଷୀୟ ବ୍ୟବସ୍ଥାକୁ ପୁନରୁଜ୍ଜୀବିତ କରି ଏହାକୁ ପ୍ରଭାବଶାଳୀ ଓ ନିୟମିତ କରିବା ପାଇଁ ଦାବି କରାଯାଇଛି ।
ଏହି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମିକ ପ୍ରତିନିଧିମାନେ ଯୋଗଦେଇ ଶ୍ରମିକ ଅଧିକାର ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ପରିଶେଷରେ ପତାକା ଅବତରଣ କରାଯାଇ ଅଧିବେଶନ ସାଙ୍ଗ କରାଯାଇଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply