Home / ମୁଖ୍ୟ ଖବର / ପୁରୀ ଜିଲ୍ଲା କିଷାନ୍ କଂଗ୍ରେସ ର କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

ପୁରୀ ଜିଲ୍ଲା କିଷାନ୍ କଂଗ୍ରେସ ର କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ 

whatsapp image 2026 02 10 at 8.02.30 pm

ପୁରୀ-୧୦/୦୨/୨୦୨୬ – ଆଜି ଦିବା ଘ୧୨.୦୦ମି ସମୟରେ ପୁରୀ ଜିଲ୍ଲା କିଷାନ୍ କଂଗ୍ରେସ ପକ୍ଷରୁ ଅବ୍ୟବସ୍ଥିତ ମଣ୍ଡି ବିରୁଦ୍ଧରେ ସରକାରଙ୍କ ଦ୍ୱାରା କରାଯାଉଥିବା ଅନ୍ୟାୟ ତଥା ଅନିୟମିତତା ଅଭିଯୋଗ ହେଉଛି ଯଥା: ଧାନ କିଣା ରେ ବିଳମ୍ବ କାରଣରୁ ମଣ୍ଡି ରେ ଧାନ ଜମାକରି ଚାଷୀ ଦିନ ଦିନ ତଥା ରାତି ରାତି ଅପେକ୍ଷା କରୁଛନ୍ତି । ଏବଂ କଟନୀ ଛଟନୀ ନାମରେ କ୍ୟୃଣ୍ଟାଲ ଧାନ କ୍ରୟ ବେଳେ ସେଥିରୁ ୮ ରୁ ୧୨ କିଲୋଗ୍ରାମ ଧାନ ବେଆଇନ ଭାବେ କାଟ କରାଯାଉଛି ଏବଂ ଏହା ବିରୁଦ୍ଧରେ ଚାଷୀ ମାନେ ଦଳମତ ନିର୍ବିଶେଷରେ ରାଜ ରାସ୍ତାରେ ଆନ୍ଦୋଳନ ଏବଂ ଧର୍ମଘଟ କରିବା କଥା ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଏହି ସବୁ କଥାକୁ ଓଡ଼ିଶା କିଷାନ୍ କଂଗ୍ରେସ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି ଜିଲ୍ଲାପାଳ, ପୁରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କୃଷି ମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା କିଷାନ୍ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସ୍ମୁତି ରଞ୍ଜନ ସ୍ବାଇଁ ଙ୍କ ନେତୃତ୍ବରେ ବରିଷ୍ଠ କଂଗ୍ରେସ ନେତା ବିନାୟକ ଦାସମହାପାତ୍ର, ନିରଞ୍ଜନ ରଥ, ବିଦ୍ୟୃତଲତା ଆଚାର୍ଯ୍ୟ, ସତ୍ୟନାରାୟଣ ଶତପଥୀ,  କାଳୀପ୍ରସାଦ ନାୟକ, ବିଶ୍ବନାଥ ଦାଶ, ସ୍ବାଧୀନ କୁମାର ପଣ୍ଡା, ରଜତ କୁମାର ସାହୁ, ସୁକାନ୍ତ କୁମାର ପ୍ରଧାନ, ସୁରେନ୍ଦ୍ର ପାଇକରାୟ, ଉମାକାନ୍ତ ବରାଳ, ବିଶ୍ବକେହନ ହରିଚନ୍ଦନ ମହାପାତ୍ର, ଅବିନାଶ ମିଶ୍ର, ବ୍ରଜ ବେହେରା, ଉମାକାନ୍ତ ବେହେରା, ମନୋଜ ମହାପାତ୍ର, ଅକ୍ଷୟ କୁମାର ଭୋଇ, ଅରକ୍ଷିତ ବାରିକ, ଗୁଣଧର ପାତ୍ର, ସୁବାସ ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply